Indus Valley Times

ବିକାଶ ନାଁରେ ୩ଟି ପରିବାର ଯାଜପୁରକୁ ଲୁଟିଛନ୍ତି: ମୁଖ୍ୟମନ୍ତ୍ରୀ

 Breaking News

ବିକାଶ ନାଁରେ ୩ଟି ପରିବାର ଯାଜପୁରକୁ ଲୁଟିଛନ୍ତି: ମୁଖ୍ୟମନ୍ତ୍ରୀ

ବିକାଶ ନାଁରେ ୩ଟି ପରିବାର ଯାଜପୁରକୁ ଲୁଟିଛନ୍ତି: ମୁଖ୍ୟମନ୍ତ୍ରୀ
September 29
18:41 2024

ବଡ଼ଚଣା, ୨୯/୯ : ଯାଜପୁର ଜିଲ୍ଲା ବଡ଼ଚଣାରେ ଆୟୋଜିତ ସଦସ୍ୟତା ଅଭିଯାନ କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧାସଳଖ ବିଜେଡିକୁ ଟାର୍ଗେଟ୍ କରିଛନ୍ତି।
ସେ କହିଛନ୍ତି, ଯାଜପୁର ଜିଲ୍ଲାରେ ବିକାଶ ନାଆଁରେ ବିନାଶ କରିଛି ବିଜେଡି। ଗୋଟିଏ ନୁହେଁ, ୩ ପରିବାର ଯାଜପୁର ଜିଲ୍ଲାକୁ ବିକାଶ ନାଁରେ ବିନାଶ କରିଛନ୍ତି। ସେମାନେ ଯାଜପୁରକୁ ଲୁଟିଛନ୍ତି। ସେମାନେ ନିଜକୁ ନବୀନଙ୍କ କ୍ରୀତଦାସ ବୋଲି କହୁଥିଲେ।
କାହାକୁ ନ୍ୟାୟ ଦେଇନାହାନ୍ତି ଯାଜପୁର ଶିଳ୍ପସମୃଦ୍ଧ ଜିଲ୍ଲା ଓ ଖଣିଖାଦାନରେ ଭରପୁର ହୋଇ ବି ଏଠି ଯେତିକି ଉନ୍ନତି ହେବା କଥା ହୋଇନାହିଁ। ଏଠି ଲୋକେ ଗରିବ। ସଂପୂର୍ଣ୍ଣ ନାରୀ ଜାତିକୁ ଅସମ୍ମାନ କରିଛନ୍ତି।
ପିଇଓ ସ୍ମିତାରାଣୀ ମାମଲାର ଦୋଷୀକୁ ଦଣ୍ଡ ଦେବା ବଦଳରେ ବିଜେଡି ଦୋଷୀକୁ ଘଣ୍ଟ ଘୋଡାଇଛି। ସ୍ମିତାରାଣୀ ମାମଲାର ଉପଯକ୍ତ ତଦନ୍ତ କରାଯିବ ଓ ଦୋଷୀକୁ ଦଣ୍ଡ ଦିଆଯିବ।
ସେ ଆହୁରି କହିଛନ୍ତି, କୁଆଡ଼େ ଗଲା ସମୃଦ୍ଧ ଜିଲ୍ଲା, ଆପଣମାନେ ଉଚିତ୍ ଜବାବ ଦେଲେ। ଯାଜପୁର ଜିଲ୍ଲାର ୭ଟିଯାକ ବିଧାନସଭା ଆସନରେ ବିଜେପି ଜିତିବା ପାଇଁ ଆପଣମାନେ କାମ କରିବେ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30