Indus Valley Times

ବିଜୁ ଜୟନ୍ତୀ ପାଳନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ

 Breaking News

ବିଜୁ ଜୟନ୍ତୀ ପାଳନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ

ବିଜୁ ଜୟନ୍ତୀ ପାଳନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ
March 05
19:47 2025

ଭୁବନେଶ୍ୱର,୫/୩: ବିଜୁ ଜୟନ୍ତୀ ପାଳନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ। ଶଙ୍ଖଭବନରେ ମୋହନ ସରକାରଙ୍କ ଉପରେ ଗର୍ଜନ କରିଛନ୍ତି ବିଜେଡି ସୁପ୍ରିମୋ।
ସେ କହିଛନ୍ତି, ବିଜୁ କ୍ରୀଡା ପୁରସ୍କାର ନାଁ ପରିବର୍ତ୍ତନ ନେଇ ଉଦ୍ୟମ ହୋଇଥିଲା। ବିମାନ ବନ୍ଦର ନାଁ ପରିବର୍ତ୍ତନ ପାଇଁ ଉଦ୍ୟମ ହେଉଛି। ୧୯୯୩ରୁ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି। କିନ୍ତୁ ଏବେ ତାରିଖ ବଦଳାଇ ଦିଆଗଲା।
ତାରିଖ ବଦଳାଇ ପାରିବେ, କିନ୍ତୁ ଲୋକଙ୍କ ଭଲ ପାଇବା ନୁହେଁ। ବିଜୁ ଲିଗାସୀ ଲିଭାଇବାକୁ ଭାଜପା ଉଦ୍ୟମ କରୁଛି ବୋଲି ନବୀନ କହିଛନ୍ତି। ଭାଜପା ସରକାରକୁ ନବୀନ ଆହୁରି ପ୍ରଶ୍ନ କରିଛନ୍ତି କି, ଏସବୁ ପରେ ବି ‘ପାରାଦୀପ ପୋର୍ଟ, ଘଓଓଞ ରାଉରକେଲା ବନ୍ଦ କରିପାରିବେ କି? ସରକାର ଆସିବ ଯିବ ଏହା ଏକ ପ୍ରକ୍ରିୟା। ଇତିହାସ ବଦଳାଇବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031