Indus Valley Times

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା

 Breaking News

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା
May 24
20:09 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୪ା୫ : ନୟାଗଡ଼ ବିଜେଡି କାର‌୍ୟ୍ୟାଳୟଠାରେ ମହିଳା ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି ସଭାପତି ଇପସିତା ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ ।
କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଳରେ ଯୋଜନା ବଦ୍ଧ ଭାବେ ଷଡ଼ଯନ୍ତ୍ର କରିବା, ମହିଳାଙ୍କୁ ସଂରକ୍ଷଣ ନଦେବା, ମହିଳାଙ୍କ ପ୍ରତି ଅସମ୍ମାନ ବୋଲି ମତ ପ୍ରକାଶ ପାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ବିଶ୍ୱରେ ପରିଚିତ କରାଉଥିଲେ ।
ଡବଲ ଇଞ୍ଜିନ ସରକାର ମହିଳାଙ୍କ ଭାତ ହାଣ୍ଡିରେ ଲାତ ମାରୁଛି । ତେଲ କମ ବ୍ୟବହାର କରିବା, ସୁନା ନକିଣିବା ପାଇଁ କହି ମହିଳାଙ୍କୁ ଅଟ୍ଟହାସ୍ୟ କରୁଛି ।
ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ ମାଟିରୁ ଆକାଶ ଯେତିକି ଉଚ୍ଚା, ମା’ର ସମ୍ମାନ ସେତିକି ଉଚ୍ଚା ବୋଲି କହିଥିଲେ । ମହିଳା ଅଧିକାରକୁ ବିଜେପି ସରକାର କ୍ଷୁର୍ଣ୍ଣ କରିବାରେ ଲାଗିଛି ବୋଲି କହିଥିଲେ ।
ମହିଳାଙ୍କୁ ବର୍ଷକୁ ୫୦ ହଜାର ଦେବାକୁ କହି ସୁଭଦ୍ରା ଯୋଜନା ଆଳରେ ଠକିଥିବା କହିଥିଲେ । ନବୀନ ସରକାର ମହିଳାଙ୍କୁ ବିଶ୍ୱରେ ପରିଚିତ କରିବା ପାଇଁ ଦୁବାଇ ଭଳି ଦେଶକୁ ପଠାଇ ଶିକ୍ଷଣୀୟ ବ୍ୟବସ୍ଥା କରାଇଥିଲେ ।
ବିଶ୍ୱ ସ୍ତରରେ ଓଡ଼ିଶାର ମା ମାନଙ୍କୁ ପରିଚିତ କରୁଥିଲେ । ଛାତ୍ର ସଭାପତି ସାହୁ, ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିବା ସହ ନାରୀକୁ ଦିଆଯାଇଥିବା ପ୍ରତିଶ୍ରୃତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ । ନାରୀ ଶକ୍ତିର ଝଡ଼ ଆସିଲେ ସିଂହାସନ ଟଳମଳ ହେବ ବୋଲି କହିଥିଲେ ।
ଏହି ବୈଠକରେ ରାଜ୍ୟ ମହିଳା ବିଜେଡି ସମ୍ପାଦିକା ତୃପ୍ତିରାଣୀ ପଟ୍ଟନାୟକ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ଝିଲ୍ଲୀ ପ୍ରଧାନ, ସାଗରବାଳା ବରାଡ଼, ସ୍ୱପ୍ନେଶ୍ୱରୀ ସେଠୀ, ଅଳକା ମଞ୍ଜରୀ ନାୟକ, କାମିନୀ ନାୟକ, ସଂନ୍ଧ୍ୟାରାଣୀ ଜେନା , ଦୀପିକା ସେଠୀ ,ନିବେଦିତା ଦାସ ପ୍ରମୂଖ ବକ୍ତବ୍ୟ ରଖିଥିଲେ ।
ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଓଡ଼ଗାଁ ବ୍ଲକ ବିଜେଡି ସଭାପତି ନିତ୍ୟାନନ୍ଦ ପ୍ରଧାନ, ଓଡ଼ଗାଁ ବ୍ଲକ ମହିଳା ସଭାନେତ୍ରୀ ନିବେଦିତା ଦାଶ, ନୟାଗଡ଼ ପୈାର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930