Indus Valley Times

ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା

 Breaking News

ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା

ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା
June 24
10:47 2026

କେନ୍ଦ୍ରାପଡ଼ା, ୨୪/୬: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ରାଜ୍ୟବ୍ୟାପୀ ଚାଲିଥିବା ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଜମ୍ମୁ ସାମୁଦ୍ରିକ ଥାନା ଅଧୀନ ରାମନଗରରେ ଜଣେ ବିଜେପି କର୍ମୀଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି।
ସୂଚନା ଅନୁସାରେ ବିଜେପି କର୍ମୀ ତଥା ବୁଥ ସଭାପତି ତପନ ଦାସଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଦୁର୍ବୃତ୍ତମାନେ ପିଟିପିଟି ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନଙ୍କର କାଠ ଫାଳିଆରେ ନିସ୍ତୁକ ମାଡ଼ ଖାଇଲା ପରେ ତପନ ଦାସ ଆଖି ବୁଜିଥିଲେ। ଏହା ପରେ ଦୁର୍ବୃତ୍ତମାନେ ତପନ ଦାସଙ୍କ ମୃତଦେହ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସୂଚନା ପାଇ ‌ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାରସ ତଦନ୍ତ କରୁଛି। ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930