Indus Valley Times

” ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପଣ୍ଡିତ ଦିନଦୟାଲ ଉପାଧ୍ୟୟଙ୍କଜନ୍ମ ଜୟନ୍ତୀ ପାଳନ “

 Breaking News

” ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପଣ୍ଡିତ ଦିନଦୟାଲ ଉପାଧ୍ୟୟଙ୍କଜନ୍ମ ଜୟନ୍ତୀ ପାଳନ “

September 25
18:24 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୯: ଅଦ୍ୟ ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଜିଲ୍ଲା ସ୍ତରରେ ଓ ୧୦ ଗୋଟି ମଣ୍ଡଳ ଓ ୪୧୧ ଗୋଟି ବୁଥ ମାନଙ୍କ ରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟୟ ଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ।
ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରକ୍ଷମେଶ୍ୱର ବିହାର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ବିଧାୟକ ବୌଦ୍ଧ ତଥା ସରକାରୀ ଦଳ ମୁଖ୍ୟସଚେତକ ଯୋଗଦାନ କରି
କାର୍ଯ୍ୟକ୍ରମ କୁ ପ୍ରଦୀପ ଜାଳି ଶୁଭଉଦଘାଟନ କରିଥିଲେ ।
ଅନ୍ୟତମ ସନମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ଦଲାଲ ପୂର୍ବତନ ବିରୋଧୀଦଳ ନେତା ଙ୍କ ସହିତ ଶ୍ରୀ ଯୁକ୍ତ ଶେଷ କୁମାର ମେହେର ରାଜ୍ୟ ବିଜେପି ପ୍ରବାସି ପର୍ଯ୍ୟବେକ୍ଷକ ଯୋଗ ଦାନ କରିଥିଲେ ।
ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବ ରେ
ପଣ୍ଡିତ ଦିନ ଦୟାଲ ଉପାଧ୍ୟୟ ଙ୍କ ବହୁମୁଖୀ ପ୍ରତିଭା ଉପରେ ଅତିଥି ମାନେ ତାଙ୍କ ବକ୍ତବ୍ୟ ମାନ ପ୍ରଦାନ କରିଥିଲେ ।
ତାଙ୍କ ର ଏକାମ୍ତ ମାନବ ବାଦ ଏବଂ ଅନ୍ତ୍ତୋଦୟ ନୀତିକୁ କେନ୍ଦ୍ର ଓ ରାଜ୍ୟ ନୂତନ ସରକାର ଅନୁସରଣ କରି ବହୁ ଗରିବ କଲ୍ୟାଣ ଯୋଜନା ମାନ ପ୍ରାଣୟନ କରି, ଶେଷ ଧାଡି ରେ ଥିବା ଗରିବ ଲୋକଙ୍କୁ ଉପରକୁ ଉଠିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରି, ଶାସନ କୁ ଲୋକାଭିମୁଖୀ ପାଇଁ ଶତ ପ୍ରୟାସ ଜାରି ରହିଅଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ସମସ୍ତ ବୁଥ ମାନଙ୍କ ରେ ବିଜେପି କାର‌୍ୟ୍ୟକର୍ତା ଙ୍କ ସହ ବରିଷ୍ଠ ବିଜେପି ନେତୃବୃନ୍ଦ ନୂତନ ସଦସ୍ୟତା ଗ୍ରହଣ ପାଇଁ ନିଜ ନିଜ ବୁଥ ମାନଙ୍କ ରେ ନିୟୋଜିତ ହୋଇଛନ୍ତି ।
ଆଜିର ଏହି ସବୁ କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତୃବୃନ୍ଦ ସର୍ବଶ୍ରୀ ତାପସ ପଟନାୟକ, ପ୍ରେମାନନ୍ଦ ମିଶ୍ର, ଶ୍ୟାମ ସୁନ୍ଦର ପୁରୋହିତ, ମନ ରଞ୍ଜନ ଦାସ, ନମିତା ରାଣୀ ଦାସ, ରାଜକୁମାର ମେହେର, ନିରଞ୍ଜନ ଦାନୀ, ସୁରେଶ ମହାକୁଡ଼, ରତନ ପଟନାୟିକ, କୁନା ବାରିକ, ବଂଶୀ ଧର ନାୟିକ, ମନରଞ୍ଜନ ମହାକୁଡ଼, ପ୍ରତାପ ସାହୁ, ଦେବାଶିଷ ପୁରୋହିତ, ଅରୁଣ ସେଠି ପ୍ରମୁଖ ବହୁ ବିଜେପି ନେତୃବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031