Legatus

ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ସୃଜନଶୀଳତାର ଉତ୍ସବ

 Breaking News

ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ସୃଜନଶୀଳତାର ଉତ୍ସବ

ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ସୃଜନଶୀଳତାର ଉତ୍ସବ
January 21
10:19 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୧/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଭାଷା, ସାହିତ୍ୟ ସୃଜନଶୀଳତାର ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟଅତିଥି ଭାବେ ଲଣ୍ଡାଗାଁ ପଞ୍ଚାୟତ ସରପଞ୍ଚ ତୁଳସୀ ଝାଙ୍କର , ମୁଖ୍ୟବକ୍ତା ଭାବେ ମୋ ସ୍କୁଲ ଅଭିଯାନ ସଭାପତି ଅଭିରାମ ରଣା , ସମ୍ମାନିତ ଅତିଥି ଭାବେ ସମାଜସେବୀ ଦେବେନ୍ଦ୍ର କୁଦେଇ, ଶେଷଦେବ ରଣା, ପରିଚାଳନା କମିଟି ସଭାପତି ସଦନନା କୁଦେଇ, ଜିତେନ୍ଦ୍ର କୁଦେଇ ପ୍ରମୁଖ ଉପସ୍ଥିତ ଥିଲେ ।
ସଂଜୀବ କୁମାର ବେହେରା ସଭା ପରିଚାଳନା କରିଥିଲେ । ଏହି ଅବସରରେ ସାହିତ୍ୟ ସୃଜନୀ କ୍ଲବ, କୌଶଳୀ କ୍ଲବ, ଜିଜ୍ଞାସା କ୍ଲବ, କ୍ରୀଡ଼ାଙ୍ଗନ କ୍ଲବର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ ସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉପସ୍ଥାପନା କରାଯାଇଥିଲା ।
ବିଭିନ୍ନ କ୍ଲବ ଦ୍ୱାରା ନାଚ, କବିତା ପାଠ, କ୍ଷୁଦ୍ର ନାଟକ ପରିବେଷଣ, ଗଳ୍ପ କଥନ, ପୁସ୍ତକ ସମୀକ୍ଷା ହୋଇଥିଲା କ୍ଷ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉକ୍ତ ଉତ୍ସବରେ ଅଭିଭାବକ, ଅଭିଭାବିକା, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଟ୍ରକ୍ ସହ ମୋଟରସାଇକେଲ ଧକ୍କା, ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ
ବାଲିଗୁଡ଼ା, ୨୧/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ନିକଟ ୫୯ ନଂ ଜାତୀୟ ରାଜପଥରେ ଟ୍ରକ୍ ସହ ମୋଟରସାଇକେଲ ଧକ୍କା । ଫଳରେ ମୋଟରସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ମୃତକ ଜଣକ ତୁମୁଡ଼ିବନ୍ଧ ଥାନା ଝରିଆପଦା ଅଞ୍ଚଳର ମଞ୍ଜ ପ୍ରଧାନୀ ହୋଇଥିବା ସୂଚନା ମିଳିଛି । ଖବରପାଇ ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ସମ୍ପୃକ୍ତ ଟ୍ରକ ଓ ଚାଳକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ମୃତକ ଜଣକ ବାଲିଗୁଡ଼ା ପଟୁ ତୁମୁଡ଼ିବନ୍ଧ ଅଭିମୁଖେ ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେବାପରେ ବିପରୀତ ଦିଗରୁ ଆସୁଥିବା ଏକ
ପିକ୍ଅପ୍ ଭ୍ୟାନ୍ ସହ ଧକ୍କା ହୋଇ ଗୁରୁତର ଆହାତ ହୋଇ ପଡ଼ିଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବାପରେ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ମୋଟରସାଇକେଲ ଚାଳକକୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା । ସେଠାରେ କିନ୍ତୁ ଡାକ୍ତର ତାଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31