Indus Valley Times

ବିଦ୍ୟୁତ୍ ଚୋରି ସାଜିଛି ଗୁଣାତ୍ମକ ସେବା ଯୋଗାଣରେ ବାଧକ : ଚୋରି ରୋକିବାକୁ ଟିପିଏନଓଡିଏଲର କଠୋର ଆଭିମୁଖ୍ୟ ,ଜବତ ହେଲାଣି ୩୬୨ ମେଗାୱାଟ୍ ବିଦ୍ୟୁତ ଚୋରି

 Breaking News

ବିଦ୍ୟୁତ୍ ଚୋରି ସାଜିଛି ଗୁଣାତ୍ମକ ସେବା ଯୋଗାଣରେ ବାଧକ : ଚୋରି ରୋକିବାକୁ ଟିପିଏନଓଡିଏଲର କଠୋର ଆଭିମୁଖ୍ୟ ,ଜବତ ହେଲାଣି ୩୬୨ ମେଗାୱାଟ୍ ବିଦ୍ୟୁତ ଚୋରି

January 06
20:08 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୬।୧ : ବିଦ୍ୟୁତ ଚୋରିକୁ ତୃଣମୂଳ ସ୍ତରରୁ ରୋକିବା ପାଇଁ ବିଶେଷ ଗୁରୁତ୍ଵ ଦେଉଛି ଟିପିଏନଓଡିଏଲ। ଉପଭୋକ୍ତାମାନଙ୍କୁ ନିରବଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ସେବା ପ୍ରଦାନ ଦିଗରେ କମ୍ପାନୀ ବିଶେଷ ଧ୍ୟାନ ଦେଉଛି।
ଏହି କ୍ରମରେ ପ୍ରାୟ ୩୬୨ ମେଗାୱାଟ ବିଜୁଳି ଚୋରିକୁ ରୋକିବାରେ ଟିପିଏନଓଡିଏଲ ସଫଳ ହୋଇଛି ଓ ୧ ଲକ୍ଷ ୨୯ ହଜାର ମାମଲା ଦାୟର କରିଛି। ମିଳିଥିବା ସୂଚନା ମୁତାବକ ୨୦୨୧-୨୨ ଆର୍ଥିକ ବର୍ଷରେ ୩୭ହଜାର ୯୩୮ଟି ମାମଲା ରୁଜୁ କରିବା ସହ ୭୩.୨୩ ମେଗାୱାଟ ବିଦ୍ୟୁତ ଚୋରି ରୋକିବାରେ ଟିପିଏନଓଡିଏଲ ସକ୍ଷମ ହୋଇଥିବା ବେଳେ ୨୦୨୨-୨୩ରେ ୩୬,୪୨୯ଟି ମାମଲା ଦାୟର କରିବା ସହ ୧୦୧.୧୨ ମେଗାୱାଟ ବିଜୁଳି ଚୋରି ରୋକି ପାରିଛି।
ସେହିପରି ୨୦୨୩-୨୪ରେ ଟିପିଏନଓଡିଏଲ ପକ୍ଷରୁ ଶହେ ମେଗାୱାଟ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୬୩.୮୩ ମେଗାୱାଟ ବିଦ୍ୟୁତ ଚୋରି ରୋକାଯିବା ସହ ପାଖାପାଖି ୧୭ହଜାର ୫୯୮ ମାମଲା ଦାୟର କରାଯାଇଛି। ବିଦ୍ୟୁତ ଚୋରିକୁ ରୋକିବା ପାଇଁ ପ୍ରତି ସେକ୍ସନ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସର୍କଲ କାର୍ଯ୍ୟାଳୟ ଏପରିକି କେନ୍ଦ୍ରୀୟ ଟିମ ଗଠନ କରି ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ଵିତ କରୁଛି। ୩୪ଟି ସ୍ଵତନ୍ତ୍ର ଟିମ୍ ସାହାଯ୍ୟରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ସହ ବିଦ୍ୟୁତ ଚୋରିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଟିପିଏନଓଡିଏଲ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଦର୍ଶାଇଛି।
ଅପରପକ୍ଷେ ବିଦ୍ୟୁତ ଚୋରି ସିଧାସଳଖ ଭାବରେ ସଚ୍ଚୋଟ ଉପଭୋକ୍ତାମାନଙ୍କୁ ପ୍ରଭାବିତ କରିଥାଏ। ଏହା ଦ୍ଵାରା ଅଧିକ ବିଦ୍ୟୁତ ଖର୍ଚ୍ଚ ହୁଏ ଓ ବିଦ୍ୟୁତ ଶୁଳ୍କ ଭାର ଅଜାଣତରେ ସଚ୍ଚୋଟ ଉପଭୋକ୍ତାମାନଙ୍କୁ ବହନ କରିବାକୁ ପଡେ ।
ବିଦ୍ୟୁତ ଚୋରି, ବ୍ୟକ୍ତିଗତ ପରିଣାମଠାରୁ ସାମଗ୍ରିକ ଭାବେ ପ୍ରଭାବ ଅଧିକ ପକାଏ। ଯେପରିକି ବାରମ୍ବାର ବିଦ୍ୟୁତ କାଟ, ବିଦ୍ୟୁତ ସୁରକ୍ଷାରେ ପ୍ରଭାବ, ଟ୍ରାନ୍ସଫର୍ମର ଓଭରଲୋଡିଂ ଏବଂ ଭୋଲଟେଜ ଅସ୍ଥିରତା ଭଳି ପରିସ୍ଥିତିରେ ସଚ୍ଚୋଟ ଉପଭୋକ୍ତାମାନେ ସମ୍ମୁଖୀନ ହୋଇଥା’ନ୍ତି ।
ତେଣୁ ବିଦ୍ୟୁତ ଚୋରି ରୋକିବାକୁ ଟିପିଏନଓଡିଏଲ ଅଭିନବ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି। ସାଧାରଣ ଲୋକମାନଙ୍କ ନଜରରେ କେହି ବିଦ୍ୟୁତ ଚୋରି କରୁଥିବାର ଆସିଲେ ସେମାନେ ମଧ୍ୟ ସଚେତନ ନାଗରିକ ଭାବେ ନିଜର ଅଭିଯୋଗ ଟିପିଏନଓଡିଏଲ ନିକଟରେ ଦାଖଲ କରୁଛନ୍ତି।
୯୪୩୮୯୦୬୦୦୨ ନମ୍ବର ଯୋଗେ ସେମାନେ ନିଜର ଅଭିଯୋଗ ଦାଖଲ କରୁଛନ୍ତି। ସେମାନଙ୍କ ତଥ୍ୟ ଗୋପନ ରଖାଯିବା ସହ ଅସାଧୁ ଉପାୟରେ ବିଜୁଳି ବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଟିପିଏନଓଡ଼ିଏଲ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031