Indus Valley Times

ବିବାହ କଲେ ସୁପରଷ୍ଟାର ଅନୁଭବ ମହାନ୍ତି : ଧରିଲେ ବାନ୍ଧବୀ ଜାଗୃତିଙ୍କ ହାତ

 Breaking News

ବିବାହ କଲେ ସୁପରଷ୍ଟାର ଅନୁଭବ ମହାନ୍ତି : ଧରିଲେ ବାନ୍ଧବୀ ଜାଗୃତିଙ୍କ ହାତ

ବିବାହ କଲେ ସୁପରଷ୍ଟାର ଅନୁଭବ ମହାନ୍ତି : ଧରିଲେ ବାନ୍ଧବୀ ଜାଗୃତିଙ୍କ ହାତ
March 12
11:03 2025

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨/୩ : ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି-ଜାଗୃତି ଶୁକ୍ଳା। ଦୀର୍ଘ ଦିନର ବନ୍ଧୁତ୍ୱ ଶେଷରେ ସାତ ଜନ୍ମର ସମ୍ପର୍କରେ ପରିଣତ ହୋଇଛି। ଏହି ବିବାହର ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନୁଭବଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି।
ଅଭିନୟ ସମୟରେ ପ୍ରେମରେ ପଡ଼ିବା ପରେ ୨୦୧୪ରେ ବର୍ଷା ପ୍ରିୟଦର୍ଶନୀଙ୍କ ହାତ ଧରିଥିଲେ ଅନୁଭବ। ହେଲେ ଏହା ବେଶି ଦିନ ଚାଲିପାରି ନ ଥିଲା। ଦୀର୍ଘ ବର୍ଷର ଆଇନଗତ ଲଢ଼େଇ ପରେ ୨୦୨୩ରେ ଦୁହେଁ ଅଲଗାହୋଇଥିଲେ। ଏହାପରଠାରୁ ଜାଗୃତିଙ୍କ ସହ ଅନୁଭବଙ୍କ ସମ୍ପର୍କ ନେଇ ଚର୍ଚ୍ଚା ହୋଇ ଆସୁଥିଲେ। ହେଲେ କେହି ବି ଏନେଇ ମୁହଁ ଖୋଲୁ ନ ଥିଲେ।
କିଛିଦିନ ତଳେ ଅନୁଭବଙ୍କ ଉପରେ ଜାଗୃତି ଲେଖିଥିବା ବାୟୋପିକ୍ ରିଲିଜ ହୋଇଥିଲା। ସେହି ସମୟରେ ଜାଗୃତି ଅନୁଭବଙ୍କ ସହ ବିବାହକୁ ନେଇ ଇଙ୍ଗିତ କରିଥିଲେ। ଏବେ ବିବାହର ବିଭିନ୍ନ ଉତ୍ସବ ଯେମିତିକି ନିର୍ବନ୍ଧ ପରେ ଦୁହେଁ ବିବାହ କରିନେଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031