ବିରୋଧୀ ଦଳର କୌଣସି ଚାଲ କାମ କରିବ ନାହିଁ ନୟାଗଡ଼ ଜିଲ୍ଲା ବିଜେପି ସଭାପତି
January 24
19:22
2022
କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୪/୧ : ବିରୋଧୀ ଦଳର କୈାଣସି ଚାଲ କାମ କରିବ ନାହିଁ। ୧୩ ନମ୍ବର ଜିଲ୍ଲାପରିଷଦ ଜୋନରେ ବିଜେପି ନିଶ୍ଚିତ ବାଜିମାତ କରିବ ପ୍ରକାଶ କଲେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ। ଜିଲ୍ଲା ବିଜେପି ର କୃଷକ ମୋର୍ଚ୍ଚା ସଭାପତି ଶିବଶଙ୍କର ମହାନ୍ତି ସ୍ବାଧିନ ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ନୟାଗଡ଼ ରେ ରାଜନୀତି ସରଗରମ ହୋଇଥିଲା।
ସବୁ କଳ୍ପନା ର ଅନ୍ତ ଘଟାଇ ଶେଷରେ ଶିବଶଙ୍କର ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ଏବଂ ବିଜେପି କୁ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ପ୍ରକାଶ କରିଛନ୍ତି। ବିରୋଧୀ ର ଚାଲ୍ ଜାଣିବା ପାଇଁ ଶିବଶଙ୍କର ଙ୍କୁ ଛିଡା କରାଯାଇଥିଲା ବୋଲି ପ୍ରକାଶ କଲେ ଲାଲା ମନୋଜ ରାୟ। ବିରୋଧୀ ଦଳ ଆମଘରେ ନିଆଁ ଲଗାଇ ନିଜେ ବଞ୍ଚିବା ପାଇଁ ଚାଲ କାମ କରିନି କି କରିବନି ପ୍ରକାଶ କଲେ ଲାଲା ମନୋଜ ରାୟ।