Indus Valley Times

ବିଶାଳ ଦାସ ଓ ତାଙ୍କ ସମର୍ଥକଙ୍କୁ ନୋଟିସ୍ ଦେଇ ଛାଡ଼ିଦେଲା ଛତିଶଗଡ଼ ପୁଲିସ

 Breaking News

ବିଶାଳ ଦାସ ଓ ତାଙ୍କ ସମର୍ଥକଙ୍କୁ ନୋଟିସ୍ ଦେଇ ଛାଡ଼ିଦେଲା ଛତିଶଗଡ଼ ପୁଲିସ

ବିଶାଳ ଦାସ ଓ ତାଙ୍କ ସମର୍ଥକଙ୍କୁ ନୋଟିସ୍ ଦେଇ ଛାଡ଼ିଦେଲା ଛତିଶଗଡ଼ ପୁଲିସ
January 10
18:41 2025

ଝାରସୁଗୁଡା,୧୦/୧: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ଓ ପୂର୍ବତନ ବିଜେଡି ବିଧାୟିକାଙ୍କ ଭାଇ ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ସରେଇପାଲି ଥାନା ପୋଲିସ। ବିଶାଲଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ।
ସୂଚନା ଅନୁଯାଯୀ ଛତିଶଗଡ଼ର ଏକ ହୋଟେଲରେ ଭଙ୍ଗାରୁଜା କରିବା ଅଭିଯୋଗରେ ବିଏନ୍‌ଏସ୍ ଧାରା ୩୩୧ (୪) ଓ ୧୯୧ (୨)ରେ ମାମଲା ରୁଜୁ ହୋଇଛି। ତେବେ ଗତକାଲି ଠାରୁ ଅଟକ ଥିବା ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଥାନାରୁ ବାହାରିଛନ୍ତି।
ମାମଲା ରୁଜୁ କରିବା ପରେ ଛତିଶଗଡ଼ର ସରେଇପାଲି ଥାନା ପୁଲିସ ତାଙ୍କୁ ଏବଂ ତାଙ୍କ ସହଯୋଗୀମାନଙ୍କୁ ଛାଡ଼ି ଦେଇଛି।
ଛତିଶଗଡ଼ର ରାଧିକା ହୋଟେଲରେ ଭଙ୍ଗାରୁଜା କରିବା ହୋଟେଲର ମ୍ୟାନେଜର ଅଭିଯୋଗ କରିଥିଲେ।
ଏପ‌ଟେ ଝାରସୁଗୁଡ଼ା ଜିଲା କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲେ ହେଁ ତାହାର ଭୋଟ ଶୁକ୍ରବାର ବାତିଲ ହୋଇଛି ।
ବିଶାଲ ଏବଂ ତାଙ୍କ ସହଯୋଗୀଙ୍କ ମଧ୍ୟରେ ସରପଞ୍ଚ ଓ ସମିତିସଭ୍ୟ ରହିଥିବାରୁ ସେମାନେ ଆସିପାରି ନ ଥିଲେ। ଫଳରେ ଅନାସ୍ଥା ଭୋଟ ବନ୍ଦ ରହିଥିଲା।
ଏହି ପରିପ୍ରେକ୍ଷୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଶାଲଙ୍କୁ ଛାଡ଼ିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପରେ ବିଶାଲ ଓ ତାଙ୍କ ସହଯୋଗୀଙ୍କୁ ସେଠାକାର ପୁଲିସ ନୋଟିସ ଜାରି କରି ଛାଡ଼ିଥିବା ସୂଚନା ରହିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031