Indus Valley Times

ବିଶ୍ଵଶାନ୍ତି କଳସ ଯାତ୍ରା ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

 Breaking News

ବିଶ୍ଵଶାନ୍ତି କଳସ ଯାତ୍ରା ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

ବିଶ୍ଵଶାନ୍ତି କଳସ ଯାତ୍ରା ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ
October 26
18:13 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ରାୟଗଡ଼ା/ ଚନ୍ଦ୍ରପୁର,୨୬/୧୦ : ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଟୁରିଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଡେଲାପଡ଼ା ଗ୍ରାମ ଠାରେ ସକାଳ ୬ଘଣ୍ଟା ଠାରୁ ରାତ୍ର ୯ଘଣ୍ଟା ପର୍ଯ୍ୟନ୍ତ କଳସ ଯାତ୍ରା, ନଗର କୀର୍ତ୍ତନ, ଏକ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ, ୧୦୦୮ଦ୍ଵୀପ ପ୍ରଜ୍ଵଳନ କରାଜୀବ ।
ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପବିତ୍ର ଶୈବ ପୀଠର ବାବା ସ୍ବାମୀ ଯୋନକାନନ୍ଦ ଗିରିଙ୍କ ତତ୍ତ୍ଵଆବଧାନରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମର ମୂଖ୍ୟ ମାଗତା ସାହୁକାରଙ୍କ ପରିଚାଳନାରେ କରାଯାଉଅଛି । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରପୁର, ବିଜାପୁର ଗୁଡ଼ାରୀ ଓ ମୁନିଗୁଡା ବନବାସୀ କ୍ଷେତ୍ରରେ ଚାଲୁ ରହିବ ବୋଲି ସ୍ବାମୀ ଜାନକା ନନ୍ଦ ଗୀରି ସୂଚାଇ ଛନ୍ତି । ଏହି କାର୍ଯ୍ୟକ୍ରମକୁ ଗ୍ରମାର ମୀନ କେତନ ସାହୁକାର, ପ୍ରିୟରଞ୍ଜନ ସାହୁକାର, ରାମଚନ୍ଦ୍ର କାଡମାକା, ଚିନ୍ତାମଣି ଗୋଗେରେଙ୍ଗା, ତରଣୀ ସାହୁ, ସୁବାସ ସାହୁକାର, ରମେଶ ସାହୁ, ପବିତ୍ର ଗୋଗେରେଙ୍ଗା, ମିଲି କାଣ୍ଡମାକା, ବନିତା ଗୋଗେରେଙ୍ଗା , ରଜତ ସାରକା ଓ ଗ୍ରାମ ବାସୀ ସହୋଜଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031