ବୁଡ଼ାଗୁଡା ବିଦ୍ୟାଳୟରେ ଗୁରୁଦିବସ ପାଳନ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୫/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ବୁଡ଼ାଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବର୍ଷିୟାନ ଶିକ୍ଷକ କୀର୍ତ୍ତନ ପାତ୍ରଙ୍କୁ ଶିକ୍ଷାନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମହୋଦୟ ନିଜ ସେବା ନିବୃତ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଶିକ୍ଷାର୍ଥୀ ଜୀବନରେ ଗୁରୁଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପବିତ୍ର ଗୁରୁଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷକଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରି ସମ୍ମାନ ଜଣାଇବା, ଗୁରୁ-ଶିଷ୍ୟ ପରମ୍ପରାକୁ ସୁଦୃଢ଼ କରିବା ଏବଂ ଶିକ୍ଷାର ମହତ୍ତ୍ୱକୁ ସମାଜରେ ପ୍ରଚାର କରିବା ବୋଲି ପ୍ରଧାନଶିକ୍ଷକ ଶ୍ରୀ ସାହୁ ପ୍ରକାଶ କରିଥିଲେ ।
ଶେଷରେ ବରିଷ୍ଠ ଶିକ୍ଷକ ବାମଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
୧୦ ପରିବାରର ୩୭ ଜଣ ସଦସ୍ୟ ସ୍ଵଧର୍ମ କୁ ପରାବର୍ତ୍ତନ
ବାଲିଗୁଡା , ୫/୯ : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ଏବଂ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଅବସର ରେ ଧର୍ମ ଜାଗରଣ ସମନ୍ଵୟ ସମିତି ପକ୍ଷରୁ ଏକ ପରାବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ପରାବର୍ତ୍ତନ କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ ବ୍ଲକ ର ୧୦ ପରିବାରର ୩୭ ଜଣ ସଦସ୍ୟ ନିଜ ଇଚ୍ଛା ରେ ସ୍ଵଧର୍ମ କୁ ଫେରିଛନ୍ତି ।
ତୁମୁଡିବନ୍ଧ ସ୍ଥିତ ଜଳେଶପଟ୍ଟା ଆଶ୍ରମ ପରିସର ରେ ଅନୁଷ୍ଠିତ ଯଜ୍ଞ ରେ ଆହୁତି ଦେଇ ନୂତନ ବସ୍ତ୍ର ପରିଧାନ କରି ପ୍ରସାଦ ସେବନ କରି ନିଜ ଧର୍ମ ଛାଡି ଯାଇଥିବା କହିଥିବା ବେଳେ ସ୍ଵାମୀଜୀ ଙ୍କ ନୀତି ଆଦର୍ଶ ରେ ପୁଣି ନିଜ ଧର୍ମ କୁ ଫେରିଥିବା କହିଛନ୍ତି । ସ୍ଵାମୀ ମୁକ୍ତାନନ୍ଦ ପୁରୀ ମହାରାଜ ଙ୍କ ଆଶ୍ରିବାଦ ଗ୍ରହଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଧର୍ମ ଜାଗରଣ ସମନ୍ଵୟ ସମିତି କନ୍ଧମାଳ ଜିଲ୍ଲା ସଂଯୋଜକ ଗୁରୁରମ ପାତ୍ର , ନିଧି ପ୍ରମୁଖ ଅନ୍ତର୍ୟ୍ୟାମି ବେହେରା , ସୁବାସିଶ ପଣ୍ଡା , ଅଚ୍ୟୁତା ନନ୍ଦ କହଁର, ଶ୍ରୀବତ୍ସ ଭାଇ , ରମେନ୍ଦ୍ର ମଲ୍ଲିକ, ପାମା ମଲ୍ଲିକ, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ପୋଲିସ କୁ ଚାଲେଞ୍ଜ : ପାଟ୍ରୋଲିଂ ସତ୍ତ୍ୱେ ଦୋକାନର କାନ୍ଥ କଣା କରି ଚୋରି
ବାଲିଗୁଡା, ତା, ୦୪/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ କିଛି ଦିନର ନିରବତା ପରେ ଗତ ରାତିରେ ପୁଣି ଏକ ଚୋରି ହେବା ଖବର ମିଳିଛି। ଗତ ରାତିରେ ଦାରିଙ୍ଗବାଡି ଛକ ଠାରେ ଥିବା ଏକ ଦୋକାନର କାନ୍ଥ କଣା କରି ବ୍ୟବସାୟ ପାଇଁ ରଖି ଥିବା ଖୁଚୁରା ଟଙ୍କା ପଇସା ଓ ବିସ୍କୁଟ ମିକ୍ଚର ଆଦି ବିଭିନ୍ନ ଜିନିଷ ପତ୍ର ଚୋରି ହୋଇଯାଇଛି। ଉକ୍ତ ଛକରେ କଞ୍ଜାମେଣ୍ଡିର ଆଦିକନ୍ଦ ସାହୁ ଗତକାଲି ସବୁ ଦିନ ପରି ଦୋକାନ ବନ୍ଦ କରି ଆସିଥିଲେ କିନ୍ତୁ ଆଜି ସକାଳୁ ଯାଇ ଦୋକାନ ଖୋଲି ଦେଖିଲା ବେଳକୁ ବିଭିନ୍ନ ଜିନିଷ ବିଛାଡି ହୋଇ ପଡିଥିବା ବେଳେ ବିଭିନ୍ନ ଜିନିଷ ଚୋରି ହୋଇଯାଇଛି। ଏ ନେଇ ସେ କ. ନୂଆଗାଁ ଥାନାରେ ଜଣାଇବା ପରେ ଏଏସଆଇ ବାସୁଦେବ ପଣ୍ଡା ସହ ପୋଲିସ ଦଳ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଥିଲେ। ହେଲେ ପୋଲିସର ରାତି ପେଟ୍ରୋଲିଂ ସତ୍ତ୍ୱେ ଚୋର ମାନେ ବାରମ୍ବାର ଚୋରି କରି ପୋଲିସକୁ ଚାଲେଞ୍ଜ ଦେଇଥିବା ବେଳେ ତଦନ୍ତ ଜୋରଦାର କରି ଚୋରକୁ ଠାବ କରିବା ପାଇଁ ସାଧାରଣରେ ଦାବି ହେଉଛି।






