ବୋଟ୍ ରେସ୍ ବେଳେ ୨୫ ମହିଳା ଯାତ୍ରୀଙ୍କୁ ନେଇ ବୁଡ଼ିଲା ଡଙ୍ଗା
![ବୋଟ୍ ରେସ୍ ବେଳେ ୨୫ ମହିଳା ଯାତ୍ରୀଙ୍କୁ ନେଇ ବୁଡ଼ିଲା ଡଙ୍ଗା](http://indusvalleytimes.com/news/wp-content/uploads/2023/07/Boat_1688392314-680x365_c.jpg)
July 03
20:18
2023
କେରଳ,୩/୭: କେରଳର ଅଲପୁଝାରେ ସୋମବାର ନୌ-ଚାଳନା ପ୍ରତିଯୋଗିତା ଚାଲିଥିବା ବେଳେ ଏକ ଡଙ୍ଗା ବୁଡ଼ି ଯାଇଛି। ଡଙ୍ଗାଟିରେ ୨୫ ଜଣ ମହିଳା ଥିଲେ। ଖବର ଲେଖାଯିବା ବେଳକୁ ଉଦ୍ଧାର କାର୍ୟ୍ୟ ଜାରି ରହିଥିଲା।
ଏହି ଦୁର୍ଘଟଣା ଘଟିବା ପରେ ନୌ-ଚାଳନା ପ୍ରତିଯୋଗିତାକୁ ବନ୍ଦ କରି ଦିଆଯାଇଥିଲା।