Indus Valley Times

ବୌଦ୍ଧ ଜଗନ୍ନାଥ ମନ୍ଦିର ଠାରୁ ବ୍ରିଜ ଛକ ଯାଏଁ ଜ଼ିଲ୍ଲା ସ୍ତରୀୟ ପଦଯାତ୍ରା, ସାମିଲ ହେଲେ ସହସ୍ରାଧିକ ଜନସାଧାରଣ

 Breaking News

ବୌଦ୍ଧ ଜଗନ୍ନାଥ ମନ୍ଦିର ଠାରୁ ବ୍ରିଜ ଛକ ଯାଏଁ ଜ଼ିଲ୍ଲା ସ୍ତରୀୟ ପଦଯାତ୍ରା, ସାମିଲ ହେଲେ ସହସ୍ରାଧିକ ଜନସାଧାରଣ

ବୌଦ୍ଧ ଜଗନ୍ନାଥ ମନ୍ଦିର ଠାରୁ ବ୍ରିଜ ଛକ ଯାଏଁ ଜ଼ିଲ୍ଲା ସ୍ତରୀୟ ପଦଯାତ୍ରା, ସାମିଲ ହେଲେ ସହସ୍ରାଧିକ ଜନସାଧାରଣ
November 19
20:30 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୧୧ : (ମଙ୍ଗଳବାର) ସକାଳ ଘ ୮.୩୦ ମିନିଟ ସମୟରେ ବୌଦ୍ଧ ଜଗନ୍ନାଥ ମନ୍ଦିର ଠାରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜ଼ିଲ୍ଲା ପ୍ରଶାସନ ଏବଂ ଭାରତ ସରକାରଙ୍କ ଖେଳ ମନ୍ତ୍ରଣାଳୟ ଅଧିନସ୍ତ ମାଇଁ ଭାରତ ଆନୁକୂଲ୍ୟରେ ଆୟୋଜିତ ଜ଼ିଲ୍ଲା ସ୍ତରୀୟ ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି ।
କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ସମେତ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ, ଆରକ୍ଷୀ ବାହିନୀ ,ଜନପ୍ରତିନିଧି,ଗଣ ମାଧ୍ୟମ ପ୍ରତିନିଧି, ବୁଦ୍ଧିଜିଵୀ,ଜନ ସାଧାରଣ, ଅଧ୍ୟାପକ,ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, ସାଂସ୍କୃତିକ ଦଳ, ବ୍ୟାଣ୍ଡ ଦଳ, ମାରୁତି କାର୍ଟୁନ କମେଡି ଦଳ, ବୌଦ୍ଧ ଯୋଗ ଦେଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ପଦଯାତ୍ରା ଜଗନ୍ନାଥ ମନ୍ଦିର ଠାରୁ ବାହାରି କୋର୍ଟ ଛକ, ହାତୀଶାଳ ଛକ , ବୁଟୁପାଲି, ମାଉଲସିଙ୍ଗା ଛକ, ପଲାଶ ଛକ, ରାଜନପାଲୀ, ବାଘ ଗୁଡ଼ା ଛକ, ପୁରୁଣା ବ୍ଲକ ଛକ ଦେଇ ବ୍ରିଜ ଛକ ଠାରେ ଉଦଯାପିତ ହୋଇଥିଲା ।
ପଲାସ ଛକ, ବାଘଗୁଡ଼ା ଛକ ଓ ବ୍ରିଜ ଛକ ନିକଟରେ ଅସ୍ଥାୟୀ ମଣ୍ଡପ ମାନଙ୍କରେ ଜଗଦୀଶ ପ୍ରଧାନ ଏବଂ ସାଥି ପାଲା ପରିବେଷଣ, ଗେଲ୍ହା ମାଆ କଳା ନିକେତନ, ଆକୃତି ଡାନ୍ସ ଗ୍ରୁପ, ପ୍ରଣାମ ଡ୍ୟାନ୍ସ ଗ୍ରୁପ, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବୁଟୁପାଲି ଉ.ପ୍ରା ବିଦ୍ୟାଳୟ, ପଲାଶ ଉପ୍ରା ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବ୍ୟାଣ୍ଡ ବାଦନ କରି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ କ୍ଷ ବ୍ରିଜ ଛକଠାରେ ଆୟୋଜିତ ସଭାରେ ଅତିଥି ମାନେ ପଦଯାତ୍ରା ଓ ଉପସ୍ଥିତ ଜନସାଧାରଣ ମାନଙ୍କୁ ଉଦବୋଧନ ଦେବା ସହ ପଲାଶ, ବାଘଗୁଡା ଛକ ଏବଂ ବ୍ରିଜ ଛକ ଠାରେ ନିଜ ଜୀବନ ଶୈଳୀ ରେ ସ୍ବଦେଶୀ ଆଚରଣ,ଦୈନନ୍ଦିନ ଜୀବନ ରେ ଭାରତ ନିର୍ମିତ ଉତ୍ପାଦ ଗୁଡିକୁ ବ୍ୟବହାର କରିବା ପାଇଁ ସମସ୍ତ ଙ୍କୁ ଶପଥ ପାଠ କରାଇଥିଲେ ।
ଉକ୍ତ ପଦଯାତ୍ରାରେ ସହସ୍ରାଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ପୋଲିସ ବାହିନୀ, ଆମ୍ବୁଲାନ୍ସ ବାହିନୀ, ପଦଯାତ୍ରା ଉପଲକ୍ଷେ ୨ ଟି ସୁସଜ୍ଜିତ ରଥ, ଡାକବାଜି ଯନ୍ତ୍ର ମାଧ୍ୟମରେ ସଂଗୀତ ବଜାଇ, ତ୍ରିରଙ୍ଗା ପତାକା ପ୍ରଦର୍ଶନ କରି ସ୍ଲୋଗାନ ଦେଇ ୧୦ କିମିରୁ ଅଧିକ ଦୂରତ୍ୱ ପାଦରେ ଚାଲି ଚାଲି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ପୂର୍ବରୁ ସର୍ଦ୍ଦାର ଅ୧୫୦ ପଦଯାତ୍ରା ଅନ୍ତର୍ଗତ ୧୩ଟି ବିଭାଗରେ ଓଡ଼ିଆ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ସ୍ଲୋଗାନ, ଚିତ୍ରାଙ୍କନ, ପୋଷ୍ଟର ମେକିଙ୍ଗ ପ୍ରତିଯୋଗିତାର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଲାଭ କରିଥିବା କୃତି ଛାତ୍ର ଛାତ୍ରୀ, ସାଂସ୍କୃତିକ ଦଳ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବ୍ୟାଣ୍ଡକୁ ପୁରସ୍କୃତ କରାଯାଇଥିଲା ।
ଏ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ଡ଼. ପ୍ରବୀର କୁମାର ଦାଶ, ନବ କିଶୋର ଦୀପ, ଚନ୍ଦ୍ରକାନ୍ତ ନାୟକ, ଅଶ୍ମନ୍ ମହାକୁଡ, ପ୍ରେମଜିତ ଝାଙ୍କରଙ୍କୁ ସମର୍ଦ୍ଧିତ କରାଯାଇଥିଲା ।
ଏଥିସହ ଅପରେସନ ସିନ୍ଦୁର ଉପରେ ବାନ୍ଧକଳା ଡିଜାଇନକୁ ନିଖୁଣ ଭାବରେ ତିଆରି କରିଥିବା ବାଉଁଶୁଣି ର ମହେଶ୍ୱର ମେହେରଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।
କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନର ସମସ୍ତ ଲାଇନ ବିଭାଗ ସର୍ବୋପରି ସି ଡି ଓ ଶ୍ରୀଯୁକ୍ତ ଦଣ୍ଡଷନା, ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଧାନ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଏବଂ ମୋ ଭାରତର ସହଯୋଗରେ ଏହି ପଦଯାତ୍ରା ସଫଳ ହୋଇଥିଲା ।
ଜ଼ିଲ୍ଲା କ୍ରୀଡା ଅଧିକାରୀ ଅକ୍ରୁର କୁମାର ଯାନୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ସହକାରୀ ଜ଼ିଲ୍ଲାପାଳ ଚାନ୍ଦିନୀ ମେହେର, ଜ଼ିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧରିତ୍ରୀ ପ୍ରଧାନ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ନୋଡାଲ ଅଫିସର ଭାବେ ତହସିଲଦାର ଅନିତା କୁମାରୀ ସାହୁ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ମୋ ଭାରତର ଜ଼ିଲ୍ଲା ୟୁଥ ଅଫିସର କମଳ ସା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଭିନ୍ନ ସବ କମିଟି ମଧ୍ୟରେ ମୋବିଲାଇଜେସନ, ସ୍ୱଛତା, ମିଡ଼ିଆ ପରିଚାଳନା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା, ବ୍ରାଣ୍ଡିଙ୍ଗ, ଅତିଥି ଙ୍କ ପାଇଁ ବିଭିନ୍ନ କମିଟି ଗଠନ ପୂର୍ବକ ସମସ୍ତଙ୍କ ସହଯୋଗରେ ଏହି ଏକତା ପଦଯାତ୍ରା ବୌଦ୍ଧରେ ସଫଳତାର ସହିତ ସମ୍ପାଦିତ ହୋଇଥିଲା ।
ଆରକ୍ଷୀ ବିଭାଗ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ, ଏସ. ଡି. ପି. ଓ ଲରେନସ ରାଉତରାୟ, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ, ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ଚାର୍ଲସ ନାୟକ, ନିର୍ବାହୀ ଅଧିକାରୀ ବୌଦ୍ଧଗଡ଼ ଏନ. ଏ. ସି. ଙ୍କ ଟିମ, ମେଡିକାଲ ଟିମ, ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ଟିମ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ ଏବଂ ଟିମ, ତହସିଲଦାର ଅନିତା କୁମାରୀ ସାହୁ, ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ଙ୍କ ସହ ଜ଼ିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜ଼ିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031