Indus Valley Times

ବୌଦ୍ଧ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ସୁଭଦ୍ରା ଯୋଜନା ସଚେତନତା ଉପଲକ୍ଷେ ତିନି ଗୋଟି ରଥ ପରିକ୍ରମା କରିବ

 Breaking News

ବୌଦ୍ଧ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ସୁଭଦ୍ରା ଯୋଜନା ସଚେତନତା ଉପଲକ୍ଷେ ତିନି ଗୋଟି ରଥ ପରିକ୍ରମା କରିବ

September 08
17:23 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୯ : ବୌଦ୍ଧ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ସୁଭଦ୍ରା ଯୋଜନା ସଚେତନତା ଉପଲକ୍ଷେ ତିନି ଗୋଟି ରଥ ବୌଦ୍ଧ ଜ଼ିଲ୍ଲା ସାରା ପରିକ୍ରମା କରିବ । ଉଦ୍ଦେଶ୍ୟ ରେ ଯାତ୍ରା ଆରମ୍ଭ କରିଥିଲା ।
ଏହି ସଚେତନତା ରଥ ଗୁଡିକୁ ମୁଖ୍ୟଅତିଥି ଭାବରେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ମାନ୍ୟବର ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଗୌରୀକ ପତାକା ଦେଖାଇ ଶୁଭାରମ୍ଭ କରିଥଲେ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, କଣ୍ଟାମାଲ କହ୍ନାଇଁ ଚରଣ ଡାଙ୍ଗ, ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜ଼ିଲ୍ଲାପାଳ ତଥା ମୁଖ୍ୟ ଉନ୍ନୟନ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ , ଜ଼ିଲ୍ଲା ପରିଷଦ ଅନିରୁଦ୍ଧ ପ୍ରଧାନ, ଉପ -ଜ଼ିଲ୍ଲାପାଳ, ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୋଚନ ପୃଷ୍ଟିଙ୍କ ସମେତ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ କାର୍ଯ୍ୟାଳୟ ର କର୍ମଚାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର , ସମସ୍ତ ସି. ଡ଼ି. ପି. ଓ., ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ ଯୋଗ ଦେଇଥିଲେ ।
ଏହି ତିନି ଗୋଟି ସୁଭଦ୍ରା ରଥ ବୌଦ୍ଧ ଜ଼ିଲ୍ଲା ର ସମସ୍ତ ବ୍ଲକ, ପଂଚାୟତ, ଗାଁ ବୁଲି ସୁଭଦ୍ରା ଯୋଜନା ର କାର୍ଯ୍ୟକାରିତା, ଏହି ଯୋଜନା ରୁ ମହିଳା ମାନେ କିପରି ଉପକୃତ ହୋଇ ପାରିବେ ତାହାର ନିୟମାବଳି ଆଦି ବିଷୟରେ ସଚେତନ କରିବା ସହିତ ଏହି ଯୋଜନା ର ଉଦ୍ଦେଶ୍ୟ ସମ୍ପର୍କରେ ଲିଫଲେଟ୍ସ ବଣ୍ଟନ କରାଯିବ ।
ଏହି ରଥ ବୁଲିବା ପାଇଁ ପଥ ନିର୍ଦ୍ଧାରିତ କରାଯାଇ ଚାର୍ଟ ପ୍ରସ୍ତୁତ କରାଯାଇଛି । ସମସ୍ତ ଯାଗା ରେ ଏହି ରଥ କୁ ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ ସ୍ୱାଗତ କରୁଛନ୍ତି ।
ଏହି ଯୋଜନା ର ସଫଳ ରୂପାୟନ ପାଇଁ ତଥା ଜଣେ ବି ଯୋଗ୍ୟ ହିତାଧିକାରୀ ଯେମିତି ବାଦ ନ ପଡନ୍ତି, ସେଥିପାଇଁ ଜ଼ିଲ୍ଲା ପ୍ରଶାସନ, ସମସ୍ତ ବ୍ଲକ ପ୍ରଶାସନ ଦିନ ରାତି ଲାଗି ପଡିଛନ୍ତି ।
ଜ଼ିଲ୍ଲା ନୋଡାଲ ଅଫିସର ଭାବେ ଅତିରିକ୍ତ ଜ଼ିଲ୍ଲାପାଳ, ଅତିରିକ୍ତ ନୋଡାଲ ଅଫିସର ଭାବେ ଉପ ଜ଼ିଲ୍ଲାପାଳ, ସହକାରୀ ନୋଡାଲ ଅଫିସର ଭାବେ ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା, ସମସ୍ତ ବ୍ଲକ ରେ ଗୋଷ୍ଠି ଉନ୍ନୟନ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅତିରିକ୍ତ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସମସ୍ତ ସିଡିପିଓ କାର‌୍ୟ୍ୟ ର ତଦାରଖ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930