Indus Valley Times

ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ ଏସ୍ ପିଙ୍କ ସାମ୍ବାଦିକ ସମ୍ମିଳନୀ

 Breaking News

ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ ଏସ୍ ପିଙ୍କ ସାମ୍ବାଦିକ ସମ୍ମିଳନୀ

ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ ଏସ୍ ପିଙ୍କ ସାମ୍ବାଦିକ ସମ୍ମିଳନୀ
October 23
22:24 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୧୦ : ନିଶାମୁକ୍ତ ଭାରତ ଅଭିଯାନ ଏବଂ ନିଶାମୁକ୍ତ ଓଡ଼ିଶା ଗଠନର ଲକ୍ଷ୍ୟକୁ ସାକାର କରିବା ଦିଗରେ ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ନିଶାଦ୍ରବ୍ୟର ଅବୈଧ କାରବାର, ଚୋରା ଚାଲାଣ ଓ ବ୍ୟବହାରକୁ ରୋକିବା ସହ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି।
ଏହି ଉପଲକ୍ଷେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି ।
ନିଶାଦ୍ରବ୍ୟର ଅପବ୍ୟବହାର ଯୁବପିଢ଼ିର ଭବିଷ୍ୟତକୁ ନଷ୍ଟ କରିବା ସହ ପରିବାର ଓ ସମାଜ ଉପରେ ଗଭୀର କୁପ୍ରଭାବ ପକାଇଥାଏ। ଏହାକୁ ରୋକିବା ପାଇଁ ପୋଲିସ, ଜିଲ୍ଲା ପ୍ରଶାସନ, ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଓ ସାଧାରଣ ଜନତାଙ୍କ ମିଳିତ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ନିଶାଦ୍ରବ୍ୟର ଅବୈଧ କାରବାରରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ଗ୍ରହଣ ସହ ଯୁବପିଢ଼ିଙ୍କୁ ନିଶାର କୁପରିଣାମ ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ରହିଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ପକ୍ଷରୁ ନିଶାଦ୍ରବ୍ୟ ସମ୍ବନ୍ଧୀୟ ଅପରାଧ ନିୟନ୍ତ୍ରଣ ପାଇଁ ‘ଅପରେସନ ଦହନ’ (Operation DAHAN) କାର୍ଯ୍ୟକାରୀ କରାଯାଉଛି। ଏହା ଅଧୀନରେ NDPS ଆଇନ ଅନୁଯାୟୀ ଜବତ ହୋଇଥିବା ନିଶାଦ୍ରବ୍ୟକୁ ଆଇନଗତ ପ୍ରକ୍ରିୟା ଓ ନିର୍ଦ୍ଧାରିତ ନିୟମାବଳୀ ଅନୁସାରେ ଅନୁମୋଦିତ ସ୍ଥାନରେ ନଷ୍ଟ କରିବା ସହ ନିଶାଦ୍ରବ୍ୟର ଅବୈଧ କାରବାର ଉପରେ ଅଙ୍କୁଶ ଲଗାଇବାକୁ ପଦକ୍ଷେପ ନିଆଯାଉଛି।
ବୌଦ୍ଧ ଜିଲ୍ଲା ପୋଲିସ ନିଶାଦ୍ରବ୍ୟର ଅବୈଧ କାରବାର ଓ ଚୋରା ଚାଲାଣକୁ ରୋକିବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ପ୍ରତିବଦ୍ଧ।
ଏଥିସହ ନିଶାସକ୍ତ ବ୍ୟକ୍ତିଙ୍କୁ ଘୃଣା ନକରି ସେମାନଙ୍କୁ ନିଶାମୁକ୍ତ ହେବା ପାଇଁ ପ୍ରେରଣା ଓ ଆବଶ୍ୟକ ସହଯୋଗ ଯୋଗାଇଦେବା ଦିଗରେ ସମାଜର ସମସ୍ତ ବର୍ଗର ଲୋକଙ୍କ ସକ୍ରିୟ ଭୂମିକା ଜରୁରୀ। ବୌଦ୍ଧ ଜିଲ୍ଲାର ସମସ୍ତ ଜନସାଧାରଣ, ଯୁବପିଢ଼ି, ଅଭିଭାବକ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ଜିଲ୍ଲା ପୋଲିସ ପକ୍ଷରୁ ଅନୁରୋଧ କରାଯାଉଛି।
ଏହି ପ୍ରେସ ମିଟ୍ ରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଲରେନ୍ ରାଉତରାୟ, ବୌଦ୍ଧ ଆଇ ଆଇ ସି ରଞ୍ଜିତ୍ ମୁନୀ ପ୍ରମୁଖ ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।
ନିଶାଦ୍ରବ୍ୟର ଅବୈଧ କାରବାର କିମ୍ବା ଚୋରା ଚାଲାଣ ସମ୍ପର୍କରେ କୌଣସି ସୂଚନା ମିଳିଲେ ନିକଟସ୍ଥ ପୋଲିସ ଥାନାକୁ ଜଣାଇବା ସହ ନିଶାମୁକ୍ତ ବୌଦ୍ଧ ଗଠନରେ ସହଭାଗୀ ହେବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031