Legatus

ବୌଦ୍ଧ ଜିଲ୍ଲାରେ ମହାନଦୀ ଉପରେ ଦୁଇ ସେତୁ ଓ ତେଲନଦୀ ଉପରେ ଗୋଟିଏ ସେତୁର ଲୋକାର୍ପଣ

 Breaking News

ବୌଦ୍ଧ ଜିଲ୍ଲାରେ ମହାନଦୀ ଉପରେ ଦୁଇ ସେତୁ ଓ ତେଲନଦୀ ଉପରେ ଗୋଟିଏ ସେତୁର ଲୋକାର୍ପଣ

ବୌଦ୍ଧ ଜିଲ୍ଲାରେ ମହାନଦୀ ଉପରେ ଦୁଇ ସେତୁ ଓ ତେଲନଦୀ ଉପରେ ଗୋଟିଏ ସେତୁର ଲୋକାର୍ପଣ
March 12
16:55 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨/୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ଜରିଆରେ ବୌଦ୍ଧ ଜିଲ୍ଲାର ତିନିଟି ସେତୁର ଲୋକାର୍ପଣ କରିଥିବା ବେଳେ ଗୋଟିଏ ସେତୁର ଶିଳାନ୍ୟାସ କରିଛନ୍ତି । ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକର ମହାନଦୀ ଉପରେ ନିର୍ମିତ ଧଳପୁର- ଆଠମଲ୍ଲିକ ସେତୁ, ବୌଦ୍ଧ ସହରରେ ବୌଦ୍ଧ- ମର୍ଯ୍ୟାକୁଦ ଉପରେ ନିର୍ମାଣ କରାଯାଇଥିବା ସେତୁ, କଣ୍ଟାମାଳ ବ୍ଲକର ତେଲନଦୀ ଉପରେ ଫାସେଡ ଠାରେ ଫାସେଡ-ରାକଡୋଲ ସେତୁର ଲୋକାର୍ପଣ ହୋଇଥିବା ବେଳେ ମହାନଦୀ ଉପରେ ବାଉଁଶୁଣୀ ଠାରେ ବାଉଁଶୁଣୀ- ବିରମହାରାଜପୁର ସେତୁ ଶିଳାନ୍ୟାସ କରିଛନ୍ତି ।
ଧଳପୁର -ଆଠମଲ୍ଲିକ ସେତୁ ୧୫୯ କୋଟି ୩୧ ଲକ୍ଷ ଟଙ୍କା, ମର୍ଯ୍ୟାକୁଦ ସେତୁ ୭୧ କୋଟି ୫୯ ଲକ୍ଷ ଟଙ୍କା, ସେହିପରି ଫାସେଡ-ରାକଡୋଲ ସେତୁ ୪୫ କୋଟି ୮୪ ଲକ୍ଷ ଟଙ୍କାରେ ନିର୍ମିତ ସେତୁକୁ ଉଦଘାଟନ କରିଥିବା ବେଳେ ୧୫୫ କୋଟି ୭୨ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ବାଉଁଶୁଣୀ- ବିରମହାରାଜପୁର ସେତୁର ଶିଳାନ୍ୟାସ କରିଥିଲେ ।
ଏହି ଅବସରରେ ବୌଦ୍ଧ ପ୍ୟାରେଡ ପଡିଆ ଠାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ ଓ ପରିବେଶ, ପଂଚାୟତରାଜ, ପାନୀୟଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଆଜି ହେଉଛି ବୌଦ୍ଧଜିଲ୍ଲା ପାଇଁ ଏକ ଖୁସିର ଦିନ ଆଜିର ଦିନ ବୌଦ୍ଧଜିଲ୍ଲା ଓ ସୋନପୁର ଜିଲ୍ଲାର ବିକାଶପଥରେ ଆଉ ଏକ ମାଇଲକୁଣ୍ଟଖୁଣ୍ଟ ସ୍ଥାପନ ହୋଇଛି ।
ଯାହା ବାଉଁଶୁଣୀ- ବିରମହାରାଜପୁର ସେତୁର ଶିଳାନ୍ୟାସ ହୋଇଛି ବୋଲି କହିଥିଲେ । ଏବଂ ଧଳପୁର- ଆଠମଲ୍ଲିକ ସେତୁ, ତେଲନଦୀ ଉପରେ ଫାସେଡ- ରାକଡୋଲ ସେତୁ ଓ ବୌଦ୍ଧ-ମର୍ଯ୍ୟାକୁଦ ସେତୁ ଜିଲ୍ଲାବାସୀ ପାଇଛନ୍ତି ବୋଲି କହିଥିଲେ । କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା, ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା,ଜିଲ୍ଲାପାଳ ଜେ ସୋନାଲ, ଏସପି ରାଜ ପ୍ରସାଦ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ବୟନିକା ସଭାପତି ପ୍ରକାଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।
ବିବାହର ପ୍ରତିଶୃତି ଦେଇ ନାବାଳିକା ସହ ଶାରିରୀକ ସଂପର୍କ ମାମଲା :ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୧୨/୩ : ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱେଶାଲ ଜଜ ବୁଧବାର ଦିନ ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ୧ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ମହାଲିକପଡା ଗ୍ରାମର ଜନୈକ ନାବାଳିକା ସହ ପ୍ରେମ ସଂପର୍କ ରଖି ବିବାହର ପ୍ରତିଶୃତି ଦେଇ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଯାବର ଗ୍ରାମର ପ୍ରମୋଦ ବାଘ (୩୨) ଗତ ୨୦୧୩ ମସିହାରେ ନାବାଳିକାକୁ ଭୁବନେଶ୍ୱର ଧରି ପଲାଇଥିଲା ।
ସେଠାରେ ଅଭିଯୁକ୍ତ ନାବାଳିକ ସହ ଶାରିରିକ ସଂପର୍କ ରଖିବା ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ । ନାବାଳିକା ଜଣକ ଗର୍ଭବତୀ ହେବା ପରେ ଅଭିଯୁକ୍ତ ନାବାଳିକାକୁ ଧରି ନାବାଳିକାର ଗ୍ରାମକୁ ଆସିଥିଲା ।
କିନ୍ତୁ ସେଠାରୁ ଅଭିଯୁକ୍ତ ଜଣକ କିଛି ଦିନ ରହିବା ନାବାଳିକାକୁ ଛାଡି ପଳାଇଥିଲା । ନାବାଳିକା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ଏନେଇ ହରଭଙ୍ଗା ଥାନାରେ ଗତ ୧୬.୧୨.୨୦୧୩ ମସିହାରେ ଲିଖିତ ଅଭିଯୋଗ କରିଥିଲା । ଅଭିଯୋଗ ପରେ ପୁଲିସ ହରଭଙ୍ଗା ଥାନାରେ କେସ ନଂ ୫୯/୨୦୧୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ମାମଲାଟି ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲରେ ସ୍ୱେଶାଲ କେସ ନଂ ୩୫/୧୪ (ପୋସ୍କ) ହୋଇ ବିଚାର ହୋଇଥିଲା ।
ମାମଲାରେ ସରକାରଙ୍କ ପକ୍ଷରୁ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ବିଚାରପତି ପ୍ରମାଣ ଥିବା ନେଇ ଅଭିଯୁକ୍ତ ପ୍ରମୋଦ ବାଘକୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ୧ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି । । ମାମଲାକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଧୁରୀଣ କୁମାର ଦେହୁରୀ ପରିଚାଳନା କରୁଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31