Indus Valley Times

ବୌଦ୍ଧ ବୀରନରସିଂହପୁର ରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମକ୍ ଡ୍ରିଲ

 Breaking News

ବୌଦ୍ଧ ବୀରନରସିଂହପୁର ରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମକ୍ ଡ୍ରିଲ

ବୌଦ୍ଧ ବୀରନରସିଂହପୁର ରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମକ୍ ଡ୍ରିଲ
August 29
21:34 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୮ : ବୀରନରସିଂହପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମକ୍ ଡ୍ରିଲ ଆଜି ସରକାରୀ ଉ.ପ୍ରାଥମିକ.ବିଦ୍ୟାଳୟ,ବୀରନରସିଂହପୁରରେ ସାଧନ କେନ୍ଦ୍ର ସଂଯୋଜକ ଅର୍ଜୁନ କଅଁରଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୋଟ ୧୧ ଗୋଟି ବିଦ୍ୟାଳୟର ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ,୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ସାଧନ କର୍ମୀ ରୂପେ ବୌଦ୍ଧ ଜିଲ୍ଲା ରେଡକ୍ରସ ଅଫିସର ତଥା ଅଧ୍ୟାପକ ନବ କିଶୋର ଦିପ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ,ଅଗ୍ନିକାଣ୍ଡ ପରିଚାଳନା,ଜରୁରୀକାଳୀନ ସ୍ଥାନାନ୍ତରୀ କରଣ,ବ୍ୟକ୍ତିଗତ ନିରାପତ୍ତା ( ଉତ୍ତମ ସ୍ପର୍ଶ ଓ ମନ୍ଦ ସ୍ପର୍ଶ),ପ୍ରାଥମିକ ସହାୟତା ତଥା ହୃଦଘାତ ପରିଚାଳନା ବିଷୟରେ ଆବଶ୍ୟକୀୟ ବିଶଦ ସୂଚନା ଦେବାସହ ପ୍ରତ୍ୟକ୍ଷ ପରିଚାଳନାଗତ କାର୍ଯ୍ୟ ପ୍ରଦର୍ଶିତ କରିଥିଲେ ।
ଏହି କାର୍ଯ୍ୟରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏପରି କାର୍ଯ୍ୟକ୍ରମ ବାସ୍ତବରେ ବିଦ୍ୟାଳୟ ସ୍ତରରେ ତଥା ନିଜ ଜୀବନରେ ଅତି ଆବଶ୍ୟକୀୟ ବୋଲି ସମସ୍ତେ ମତାମତ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ଭବାନୀ ଶଙ୍କର କଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31