Indus Valley Times

ବୌଦ୍ଧ ବ୍ଲକର ବିଭିନ୍ନ ଅଞ୍ଚଳକୁ ଗସ୍ତ କଲେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ

 Breaking News

ବୌଦ୍ଧ ବ୍ଲକର ବିଭିନ୍ନ ଅଞ୍ଚଳକୁ ଗସ୍ତ କଲେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ

ବୌଦ୍ଧ ବ୍ଲକର ବିଭିନ୍ନ ଅଞ୍ଚଳକୁ ଗସ୍ତ କଲେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ
November 01
07:07 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୧୧ : (ଶୁକ୍ରବାର) ଦିନ ଦିବା ୧ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବୌଦ୍ଧ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ନାୟକ ବନ ବିଭାଗ ଦ୍ୱାରା ପରିଚାଳିତ ବଲାସିଙ୍ଗା ଗ୍ରାମ୍ୟ ଜଙ୍ଗଲ ଓ ଡମ୍ବରୁଗଡ ପାର୍କ ପରିଦର୍ଶନ କରିଥିଲେ ।
ଉକ୍ତ ଦୁଇଟି ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଓ ଅର୍ଥନୈତିକ ବିକାଶ ଉପରେ କେଉଁ ପ୍ରକାର ପ୍ରଭାବ ପକାଇଛି ଓ ଆଗକୁ ବିଭାଗର କଣ ଲକ୍ଷ ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।
ବୌଦ୍ଧ ଠାରୁ ମସିଣା ପଡା ପର୍ଯ୍ୟନ୍ତ୍ ଜାତୀୟ ରାଜପଥରେ ଥିବା ଦୁର୍ଘଟଣା ପ୍ରବଣ ଅଂଚଳରେ ସୂଚନା ଫଳକ ଲଗାଇବା ଓ ଖାଲଖମା ମରାମତି କରିବା ପାଇଁ ଜାତୀୟ ରାଜପଥ କର୍ତ୍ତ୍ତୃପକ୍ଷ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930