Indus Valley Times

ବୌଦ୍ଧରେ “ଘରେ ଘରେ ତ୍ରିରଙ୍ଗା” ଅଭିଯାନରେ ରଙ୍ଗୋଲି ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ

 Breaking News

ବୌଦ୍ଧରେ “ଘରେ ଘରେ ତ୍ରିରଙ୍ଗା” ଅଭିଯାନରେ ରଙ୍ଗୋଲି ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ

ବୌଦ୍ଧରେ “ଘରେ ଘରେ ତ୍ରିରଙ୍ଗା” ଅଭିଯାନରେ ରଙ୍ଗୋଲି ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ
August 12
12:01 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୮ : ବୌଦ୍ଧ ଜିଲ୍ଲାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଅବସରରେ ଆଜି ତିରଙ୍ଗା ଆଧାରିତ ରଙ୍ଗୋଲି ପ୍ରଦର୍ଶନୀ ଓ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।
ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଜନମାନସରେ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ରଙ୍ଗୋଲି ପ୍ରତିଯୋଗିତାରେ ସମାଜର ବିଭିନ୍ନ ବର୍ଗର ମହିଳାମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
ତିରଙ୍ଗାର ତିନି ରଙ୍ଗକୁ ଆଧାର କରି ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ରଙ୍ଗୋଲି ମାଧ୍ୟମରେ ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୌରବର ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରତିଯୋଗିତାରେ ନମିତା ବେହେରା ପ୍ରଥମ, ସରିତା ଜେନା ଦ୍ୱିତୀୟ ଏବଂ ସୁଚିତ୍ରା ଦେହୁରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ, ଡିପିସି, ମିଶନ ଶକ୍ତି ରଶ୍ମିରଞ୍ଜନ ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ମାନେ ସହଯୋଗ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁଙ୍କ ଦ୍ୱାରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
‘ଘରେ ଘରେ ତିରଙ୍ଗା’ ଅଭିଯାନକୁ ଜନ ସହଯୋଗ ମାଧ୍ୟମରେ ଆହୁରି ବ୍ୟାପକ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ସକାଳ ୮ ଟା ରେ ବୌଦ୍ଧ ଷ୍ଟାଡିୟମରୁ ଏକ ବିଶାଳ ବାଇକ୍ ରାଲି ବାହାରିବ।
ଏହି ବାଇକ୍ ରାଲି ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ତିରଙ୍ଗା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନା ସୃଷ୍ଟି କରାଯିବ ବୋଲି ଜିଲ୍ଲା ପ୍ରଶାସନ ଲକ୍ଷ ରଖିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31