Indus Valley Times

ବୌଦ୍ଧରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ସହିତ ସେବା ସେତୁ ଅଭିଯାନ ଅନୁଷ୍ଠିତ

 Breaking News

ବୌଦ୍ଧରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ସହିତ ସେବା ସେତୁ ଅଭିଯାନ ଅନୁଷ୍ଠିତ

ବୌଦ୍ଧରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ସହିତ ସେବା ସେତୁ ଅଭିଯାନ ଅନୁଷ୍ଠିତ
October 05
21:45 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୧୦ : ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନାଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଏବଂ ସେବା ସେତୁ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ, ଅତିରିକ୍ତ ତହସିଲଦାର ମହମ୍ମଦ ରଜାଇ ରସୁଲ , ଡେପୁଟି କଲେକ୍ଟର ଜ୍ୟୋତିରଞ୍ଜନ ଭୁଏ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜିନ୍ଦ୍ର କିଷାନ୍ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ଆଜିର ଶିବିରରେ ୭୧ ଗୋଟି ବ୍ୟକ୍ତିଗତ ଓ ୩ ଟି ଗୋଷ୍ଠିଗତ ଏଭଳି ମୋଟ ୭୪ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ ।
୨୧ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା । ଅନ୍ୟାନ୍ୟ ଅଭିଯୋଗ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।୦୫ ଜଣ ଅସହାୟଙ୍କୁ ୧୯,୫୦୦ ଟଙ୍କା ତତ୍କାଳ ସହାୟତା ରେଡ୍ କ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ସେଠାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରାଯାଇଥିଲା ।
ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031