ବୌଦ୍ଧରେ ବାଲ୍ୟ ବିବାହ ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୧୦ : ବୌଦ୍ଧ ସଦ୍ଭାବନା ସଭାଗୃହଠାରେ ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଓ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ସଂଯୋଜିକା ଶ୍ରୀମତୀ ସୁଜାତା ପାଣିଗ୍ରାହୀ ଓ ତାଙ୍କ ଟିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ।
ୟସମ୍ବଳ ବ୍ୟକ୍ତି ଶ୍ରୀମତୀ ସୁନୀତା ତ୍ରିପାଠୀ ବାଲ୍ୟ ବିବାହ ନିଷେଧ ଆଇନର ବିଭିନ୍ନ ଦିଗ, ଆଇନଗତ ବ୍ୟବସ୍ଥା ଓ ଏହାର ନିରାକରଣ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏଥିରେ ଜିଲ୍ଲାର ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀ (ଉଗଚଙ) ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ଉଊଚଙ) ଯୋଗଦେଇ ବାଲ୍ୟ ବିବାହ ରୋକିବା, ଜନସଚେତନତା ବୃଦ୍ଧି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରିଥିଲେ। ବାଲ୍ୟ ବିବାହମୁକ୍ତ ଜିଲ୍ଲା ଗଠନ ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।






