Indus Valley Times

ବୌଦ୍ଧରେ ସରକାରୀ ପୃଷ୍ଠପଷୋକତା ସହାୟତା ପାଉଥିବା ଶିଶୁ ଓ ତାଙ୍କ ପରିବାର ପାଇଁ ସଚେତନତା କାର୍ଯ୍ୟକ୍ରମ

 Breaking News

ବୌଦ୍ଧରେ ସରକାରୀ ପୃଷ୍ଠପଷୋକତା ସହାୟତା ପାଉଥିବା ଶିଶୁ ଓ ତାଙ୍କ ପରିବାର ପାଇଁ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧରେ ସରକାରୀ ପୃଷ୍ଠପଷୋକତା ସହାୟତା ପାଉଥିବା ଶିଶୁ ଓ ତାଙ୍କ ପରିବାର ପାଇଁ ସଚେତନତା କାର୍ଯ୍ୟକ୍ରମ
October 28
20:08 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮ /୧୦ : ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଏବଂ ସରକାରୀ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯୋଗାଇଦେବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାର ସଦ୍‌ଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU), ବୌଦ୍ଧ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ପୃଷ୍ଠପଷୋକତା ସହାୟତା ପାଉଥିବା ଶିଶୁମାନଙ୍କ ପରିବାର ସଦସ୍ୟଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଓ ଦାରିଦ୍ର‌୍ୟ ଦୂରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଯିବା ସହ ସାମିଲ କରିବା ପାଇଁ ପ୍ରୟାସ କରାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଯୋଗଦେଇ ଗ୍ରାମ ପଂଚାୟତ ସ୍ତରରୁ ବ୍ଲକ ସ୍ତର ଓ ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ବିଭାଗର ସମନ୍ଵୟରେ ସରକାରୀ ଯୋଜନାରେ ଏହି ବର୍ଗ ର ଶିଶୁ ଓ ତାଙ୍କ ପରିବାରଙ୍କୁ ଯୋଡିବା ଓ ସହାୟତା ଯୋଗେଇ ଦେବାପାଇଁ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଯୋଗଦେଇ ଶିଶୁ ତଥା ତାଙ୍କ ପରିବାରର ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ପ୍ରୟାସ କରିବା ପାଇଁ ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତି (CWC), ବୌଦ୍ଧର ଅଧ୍ୟକ୍ଷ ପ୍ରମୋଦ ସାହୁ, ସଦସ୍ୟ ସୀତାକାନ୍ତ ସାହୁ, ରାଧାକାନ୍ତ ବାଘ , ସଦସ୍ୟା ଅନସୂୟା ହୋତା ଓ ସୁଧାମୟୀ ରଥ ପ୍ରମୁଖ ଯୋଗଦେଇ ନିଜ ନିଜ ମତ ରଖିଥିଲେ ।
ଏହି ଅବସରରେ ପୃଷ୍ଠପଷୋକତା ସହାୟତା ପାଉଥିବା ଶିଶୁମାନଙ୍କ ପରିବାରକୁ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଓ ଆର୍ଥିକ ସ୍ଵାବଲମ୍ବୀ ହେବା ପାଇଁ ଥିବା ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଯୋଗ୍ୟ ହିତାଧିକାରୀମାନେ କିପରି ଏହି ଯୋଜନାଗୁଡ଼ିକର ଲାଭ ପାଇପାରିବେ, ସେ ସମ୍ପର୍କରେ ମାର୍ଗଦର୍ଶନ ଦିଆଯାଇଥିଲା
ପ୍ରଶିକ୍ଷକ ଭାବରେ କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ଶ୍ରୀମତୀ ସଂସ୍ମିତା ପାଲ ଯୋଗଦେଇ ସ୍ୱଳ୍ପଖର୍ଚ୍ଚ ଓ ସହଜ ତଥା ଅତ୍ୟାଧୁନିକ ପ୍ରଣାଳୀରେ ଛତୁ ଚାଷ, ପନିପରିବା ଚାଷ, କୁକୁଡ଼ା, ଛେଳି ଓ ମାଛ ଚାଷ ଇତ୍ୟାଦି କରି ସ୍ଵାବଲମ୍ବୀ ହେବା ପାଇଁ ଥିବା ସମସ୍ତ ସୁବିଧା ଓ ସୁଯୋଗ ଉପରେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ ।
ଜିଲ୍ଲା ଶ୍ରମ ଅଧିକାରୀ, ବୌଦ୍ଧ ରଞ୍ଜନ କିଶୋର ବେହେରା ଶ୍ରମ କାର୍ଡ ଓ ସେଥିରେ ଥିବା ସରକାରୀ ସହାୟତା ଓ ଶିଶୁ ଶ୍ରମିକ ନିଷେଧ ଅଧିନିୟମ ବିଷୟରେ ଉପସ୍ଥାପନ କରିଥିଲେ ।
ଅତିରିକ୍ତ ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତି ବେଉରା ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଶିଶୁ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।
VB-G RAMG ସଂଯୋଜକ ନିରୋଦ କୁମାର ମିଶ୍ର ଜବ କାର୍ଡ ଓ ଜବ କାର୍ଡ ମାଧ୍ୟମରେ ନିଜ ଅଞ୍ଚଳରେ କିପରି କାମ ପାଇପାରିବେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତଦୋୟ ଗୃହ ଯୋଜନା ପାଇବା ଉପରେ ଆଲୋକପାତ କରିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଣ ଅନୁଷ୍ଠାନିକ ସୁରକ୍ଷା ଅଧିକାରୀ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031