Indus Valley Times

ବୌଦ୍ଧରେ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ

 Breaking News

ବୌଦ୍ଧରେ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ

ବୌଦ୍ଧରେ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ
September 03
09:32 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩/୯ : ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଜି ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଛି।
ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ମନୋଭାବ ସୃଷ୍ଟି କରିବା ଏବଂ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜର ସୋସିଓଲୋଜି ବିଭାଗ ମୁଖ୍ୟ ଅଧ୍ୟାପକ ସୁଦାମ ଭୋଇ, ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପରିଚାଳକ ଅଭୟ ପ୍ରସାଦ ଜେନା, ଉଦ୍ୟୋଗୀ ସୁନୀଲ କ୍ଷେତି, ଉଦ୍ୟୋଗୀ ଜୟନ୍ତୀ ଷଡ଼ଙ୍ଗୀ , ଜିଲ୍ଲା ମହିଳା ଉଦ୍ୟୋଗୀ ପ୍ରମୁଖ ଦିପ୍ତୀରାଣୀ ଷଡ଼ଙ୍ଗୀ ଏବଂ ଜିଲ୍ଲା ପ୍ରଶିକ୍ଷକ ଜିତେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।
ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଦେଇଥିଲେ।
କେବଳ ସରକାରୀ କିମ୍ବା ବେସରକାରୀ ଚାକିରି ପଛରେ ନ ଦୌଡ଼ି ନିଜର ଦକ୍ଷତା, ଜ୍ଞାନ ଓ ସୃଜନଶୀଳତାକୁ ବ୍ୟବହାର କରି କିପରି ନିଜେ ରୋଜଗାର ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦେଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଦୁଇଜଣ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା।
ସେମାନେ ନିଜ ଉଦ୍ୟୋଗୀ ଜୀବନର ଅନୁଭୂତି ଓ ସଫଳତାର କାହାଣୀ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ଏହା ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ଉଦ୍ୟମ ଆରମ୍ଭ କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ନୂତନ ପ୍ରେରଣା ଯୋଗାଇଥିଲା।
ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାର ଆହ୍ୱାନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।
ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930