ବ୍ରହ୍ମା କୁମାରୀ କେନ୍ଦ୍ରରେ ନବରାତ୍ରୀ ଉପଲକ୍ଷେ ନଅଦିନ ବ୍ୟାପୀ ଧ୍ୟାନ ଶିବିର
October 22
11:20
2026
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୨୨/୧୦: ବେପାରୀ ସାହି ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ରେ ନବରାତ୍ରି ଉପଲକ୍ଷେ ନଅଦିନ ବ୍ୟାପୀ ଧ୍ୟାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ପୂର୍ବତନ ରୋଟାରୀ ଗଭର୍ଣ୍ଣର ଶ୍ରୀ ଏ ବି ମହାପାତ୍ର ,ବରିଷ୍ଠ ଓକିଲ ରମଣୀ କାନ୍ତ ପଟ୍ଟନାୟକ, ବି କେ ଅରବିନ୍ଦ୍, ବି କେ ଲକ୍ଷ୍ମୀନାରାୟଣ, ବି କେ ସୁଚିତ୍ରା ,ବି କେ ବରଦା ଅତିଥି ଭାବେ ଯୋଗଦେଇ ଯୋଗ ଭଟି ଦ୍ୱାରା କିପରି ମନରେ ପରିବର୍ତ୍ତନ ହୋଇଥାଏ ସେ ସମ୍ପର୍କରେ କହିଥିଲେ ।
ବ୍ରହ୍ମା କୁମାରୀ ଝୁନୁ ଶିବିର ପରିଚାଳନା କରିଥିଲେ । ଚତୁର୍ଥ ବର୍ଷରେ ଏହି ଶିବିରକୁ ସହାୟତା କରିଥିଲେ ବି କେ ପ୍ରତିମା, ଜୟନ୍ତୀ ଆଦି ଭଉଣୀ । ଗୃହ ଭରପୁର ଭାଇ ଭଉଣୀ ମାନେ ଯୋଗଦେଇ ଥିଲେ ।






