Indus Valley Times

ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

 Breaking News

ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର
February 17
21:07 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୭/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସାଇନପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅଭିଯୋଗ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନ ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।
ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଶୋଭମ୍ ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ପ୍ରିୟଦର୍ଶିନୀ ମଲ୍ଲିକ,ସରପଞ୍ଚ ଚମ୍ପିଲତା କହଁର,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧୂକାରୀ ସ୍ମୃତି ସାଗର ପ୍ରଧାନ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ତ୍ରିନାଥ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁମାଝି ପଡ୍ରା, ବ୍ଲକ୍ ସାମାଜିକ ସୁରକ୍ଷା ଅଧୂକାରିଣୀ ସୁଶ୍ରୀ ପଲ୍ଲବୀ ନାୟକ ଏବଂ ପଞ୍ଚାୟତ ସ୍ତରୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜନ ସାଧାରଣଙ୍କର ଆପତ୍ତା ଅଭିଯୋଗର ଶୁଣାଣି କରିଥିଲେ।
ସାଇନପଡା ଜଙ୍ଗଲ ଅଞ୍ଚଳରୁ ୧୨ ଏକର ଗଞ୍ଜେଇ ଗଛ ପୋଡାଗଲା
ବାଲିଗୁଡା, ୧୭/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସାଇନ୍ ପଡା ଅଞ୍ଚଳରୁ ବେଆଇନ ଭାବେ ଲଗା ଯାଇଥିବା ଗଞ୍ଜେଇ ଚାଷକୁ କ.ନୂଆଗାଁ ପୋଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ାଉ କରି ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ପୋଡି ନଷ୍ଟ କରି ଦେଇଥିବା ସୁଚନା ମିଳିଛି।
ସମ୍ପୂର୍ଣ୍ଣ ସରକାରୀ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ଉପରେ ରୋକ ଲଗାଇବାକୁ ପ୍ରଶାସନ ବିଭିନ୍ନ ସଚେତନତା ଅଭିଯାନ ଚଳାଇ ଥିଲେ ମଧ୍ୟ ଗଞ୍ଜେଇ ଚାଷ ଅଞ୍ଚଳରେ ବଢିବାରେ ଲାଗିଛି।
ଏନେଇ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଉକ୍ତ ସାଇନ୍ ପଡା ଜଙ୍ଗଲ ଅଞ୍ଚଳରୁ ପ୍ରାୟ ୧୨ ଏକର ଜଙ୍ଗଲ ଜମିରେ କରା ଯାଇଥିବା ଗଞ୍ଜେଇ ଚାଷ ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛ ସବୁ କାଟି ପୋଡି ଦେଇଛନ୍ତି।
ଏ ସକ୍ରାନ୍ତରେ କ.ନୂଆଗାଁ ଥାନାରେ ୩୨/୨୬ ରେ ଏକ ଏନଡିପିଏ ମାମଲା ରୁଜୁ କରାଯାଇଥିବା ବିଷୟ ଥାନା ଅଧିକାରୀ ଆଶୁତୋଷ ଜେନା ପ୍ରକାଶ କରିଛନ୍ତି। ଉକ୍ତ ଗଞ୍ଜେଇ ଗଛ ପୋଡ଼ି କାର‌୍ୟ୍ୟରେ ମାଜିଷ୍ଟ୍ରେଟ ଭାବେ କ.ନୂଆଗାଁ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନ ଯୋଗ ଦେଇଥିବା ବେଳେ ବାଲିଗୁଡ଼ା ଅବକାରୀ ବିଭାଗ ଅଧି୮କାରୀ ପୂର୍ଣ୍ଣଚନ୍ଦ୍ର ବେହେରା, ପୋଲିସ ଏସଆଇ ଅଶୋକ କୁମାର ତ୍ରିପାଠୀ, ଦମୟନ୍ତୀ ବେହେରା, ଏଏସଆଇ ବାସୁଦେବ ପଣ୍ଡା ଓ ସୁରେନ୍ଦ୍ର ରାଜହଂସଙ୍କ ସମେତ ଅବକାରୀ ବିଭାଗ ଓ ଥାନାର ଅନ୍ୟ କର୍ମଚାରୀମାନେ ଗଞ୍ଜେଇ ଗଛ ପୋଡ଼ିବା କାର‌୍ୟ୍ୟରେ ସହଯୋଗ କରିଥିଲେ।
ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ଜବତ: ମାଫିଆ ଫେରାର
ବାଲିଗୁଡା, ୧୭/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପକ୍ଷରୁ ମହାସିଙ୍ଗି ନିକଟରେ ଥିବା ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ପୋଲିସ ଦଳର ପେଟ୍ରୋଲିଂ ବେଳେ ବସ୍ ଯୋଗେ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀ ମାଫିଆ ଚାଲାଣ କରିବା ପାଇଁ ଅପେକ୍ଷା କରିଥିବା ବେଳେ ପୋଲିସ ଗାଡିକୁ ଦେଖି ଚମ୍ପଟ ମାରିଥିବା ସୂଚନା ମିଳିଛି। ମାଫିଆ ଦୁଇ ଜରି ବସ୍ତା ଛାଡ଼ି ଦୌଡ଼ିବା ପରେ ପୋଲିସ ଦଳ ସହ ଥାନା ଅଧୂକାରୀ ଆଶୁତୋଷ ଜେନା ସନ୍ଦେହ କରି ତନଖି କରିବା ପରେ ଉକ୍ତ ଦୁଇ ଜରି ବସ୍ତା ରେ ଗଞ୍ଜେଇ ଥିବା ଜଣାପଡିଥିଲା।
ଏଥିରେ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ଅଖାରେ ଥ‌ିବା ୪୪ କେଜି ଗଞ୍ଜେଇ ଜବତ କରିଥିଲେ।
ଥାନାର ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା, ଏଏସଆଇ ସୁରେନ୍ଦ୍ର ରାଜହଂସ ଓ ବାସୁଦେବ ପଣ୍ଡା ସହଯୋଗ କରିଥିଲା ବେଳେ ଏନେଇ ଥାନା କେସ ନଂ. ୩୧/୨୬ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031