Indus Valley Times

ବ୍ୟାଙ୍କ ଋଣ କରିଦେବା ନା ରେ ଠକେଇ କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ସାଇବର ପୁଲିସ

 Breaking News

ବ୍ୟାଙ୍କ ଋଣ କରିଦେବା ନା ରେ ଠକେଇ କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ସାଇବର ପୁଲିସ

July 10
13:17 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର,୧୦/୭: ଋଣ କରିଦେବା ନା ରେ ଠକେଇ କରିବା ଅଭିଯୋଗରେ ଆଜି ଜଣେ ବ୍ୟକ୍ତିକୁ ଗିରଫ କରିଛି ଟାଉନ ପୁଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ସହର ବରପାଲି ପଡ଼ାର କୈଳାଶ ମହାନ୍ତି। ଆଜି ତାକୁ ଗିରଫ କରାଯାଇଥିବା ନେଇ ବଲାଙ୍ଗିର ଏସ ଡି ପି ଓ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତିଁ।
ପ୍ରକାଶ ଯେ ଛନ୍ଦା ଚରଣ ବର୍ଗେ ଋଣ କରାଇ ଦେବା ନାମରେ ଠକେଇର ଶୀକାର ହୋଇଥିବା ବଲାଙ୍ଗିର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ବଲାଙ୍ଗିର ତାଲପାଲିପଡାର କୈଲାସ ମହାନ୍ତି ନାମକ ଜଣେ ଯୁବକ ତାଙ୍କ ପାଖକୁ ଯାଇ କମ ସୁଧରେ ଋଣ କରାଇ ଦେବା ପାଇଁ କହିଥିଲେ । ତାଙ୍କ କଥାରେ ପଡି ଶ୍ରୀ ବର୍ଗେ ସବୁତକ କାଗଜପତ୍ର ଦେବା ପରେ ଭୂବନେଶ୍ୱର ଆଇଏମଏମଟି କ୍ୟାମ୍ପସ ଏସବିଆଇ ଶାଖାରୁ ତାଙ୍କ ନାମରେ ନଅ ଲକ୍ଷ ଚାଲିଶ ହଜାର ଟଙ୍କାର ଋଣ କରାଇଥିଲେ ।
ଋଣ କରିବା ପରେ କିସ୍ତି ହିସାବରେ ସେ ଶ୍ରୀ ବର୍ଗେଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେଇଥିବା ବେଳେ ବାକିତକ ୪ ଲକ୍ଷ ୪୦ ହଜାର ଟଙ୍କା ସେ ଦେଇନଥିଲେ । ଏନେଇ ଅଭିଯୋଗ ହେବା ପରେ ସାଇବର ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ସଂପୃକ୍ତ ଅଭିଯୁକ୍ତ ଜଣକ ଦାନୀ ସରଭଙ୍ଗ ନାମକ ଏକ ଜମାଖାତା କୁ ଉକ୍ତ ୪ ଲକ୍ଷ ୪୦ ହଜାର ଟଙ୍କା ନେଇଥିବା ଜଣାପଡିଥିଲା ।
ଛନ୍ଦା ଚରଣ ବର୍ଗେଙ୍କ ଭଳି ଦାନୀ ସରଭଙ୍ଗ ମଧ୍ୟ ଜଣେ ପୀଡିତ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି । ଏହିଭଳି ଭାବେ ଅଭିଯୁକ୍ତ କୈଲାସ ମହାନ୍ତି ଅନେକ ଲୋକଙ୍କୁ ଋଣ କରାଇଦେଇ ଟଙ୍କା ଠକେଇ କରିଥିବା ତଦନ୍ତ ସମୟରେ ଜଣାପଡିଛି । ଗିରଫ କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରିଥିବା ଏସ ଡି ପି ଓ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930