Indus Valley Times

ବ୍ୟାସନଗର ପୌରପରିଷଦରେ ୧୧ ଗୋଟି ବିଦ୍ୟାଳୟରେ ୨୫ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ

 Breaking News

ବ୍ୟାସନଗର ପୌରପରିଷଦରେ ୧୧ ଗୋଟି ବିଦ୍ୟାଳୟରେ ୨୫ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ

ବ୍ୟାସନଗର ପୌରପରିଷଦରେ ୧୧ ଗୋଟି ବିଦ୍ୟାଳୟରେ ୨୫ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ
November 15
20:10 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୫/୧୧ : ଶୁକ୍ରବାର କୋରେଇ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ କରକମଳରେ ବ୍ୟାସନଗର ପୌରପରିଷଦରେ ୧୧ ଗୋଟି ବିଦ୍ୟାଳୟରେ ୨୫ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା ।
ପ୍ରଥମେ ମାନ୍ୟବର ବିଧାୟକ ସକାଳ ୧୦.୩୦ ମିନିଟ୍ ସମୟରେ ମେହେର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉମାପଦା ଠାରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କରି ଏକ ବିଶାଳ ପଟୁଆରରେ ୧୦ ଗୋଟି ବିଦ୍ୟାଳୟରେ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ନିର୍ମାଣ କାର୍ଯ୍ୟ ଚାଲୁ ହେଉଅଛି ।
ଯାଜପୁର ଜିଲ୍ଲା ଖଣିଜ ପାଣ୍ଠିରୁ ଏହି ସବୁ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ଅର୍ଥ ବ୍ୟୟବରାଦ ହୋଇଅଛି । ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୧୫ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଅଛି ।
ପ୍ରତ୍ୟେକ ଶ୍ରେଣୀଗୃହର ଆସବାବପତ୍ର ନିମନ୍ତେ ୪ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଅଛି । ପ୍ରତ୍ୟେକ ବିଦ୍ୟାଳୟ ନିମନ୍ତେ ଖେଳସାମଗ୍ରୀ ପ୍ରଦାନ ନିମନ୍ତେ ୨ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଅଛି ।
ବିଦ୍ୟୁତ ସରଞ୍ଜାମ ନିମନ୍ତେ ପ୍ରତ୍ୟେକ ଶ୍ରେଣୀଗୃହ ନିମନ୍ତେ ୧ ଲକ୍ଷ ୩୭ ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଅଛି । ସେହି ଅନୁପାତରେ ଯେଉଁ ବିଦ୍ୟାଳୟରେ ଏକ ଗୋଟି ଶ୍ରେଣୀଗୃହ ନିର୍ମାଣ ହେବାକୁ ସ୍ଥିର କରାଯାଇଅଛି ସେଥିପାଇଁ ୨୧ ଲକ୍ଷ ୧୧ ହଜାର ଟଙ୍କା ଅନୁଦାନ ଦିଆଯାଇଅଛି ।
ଯେଉଁ ବିଦ୍ୟାଳୟରେ ୨ ଗୋଟି ଶ୍ରେଣୀଗୃହ ନିର୍ମାଣ ହେବାକୁ ସ୍ଥିର କରାଯାଇଅଛି । ସେଥିପାଇଁ ୪୦ ଲକ୍ଷ ୨୨ ହଜାର ଟଙ୍କା ଅନୁଦାନ ଦିଆଯାଇଅଛି । ଯେଉଁ ବିଦ୍ୟାଳୟରେ ୪ ଗୋଟି ଶ୍ରେଣୀଗୃହ ନିର୍ମାଣ ହେବାକୁ ସ୍ଥିର କରାଯାଇଅଛି ସେଥିପାଇଁ ୭୮ ଲକ୍ଷ ୪୪ ହଜାର ଟଙ୍କା ଅନୁଦାନ ଦିଆଯାଇଅଛି । (୧) ମେହେର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉମାପଦାରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୪୦ ଲକ୍ଷ ୨୨ ହଜାର ଅର୍ଥ ମଞ୍ଜୁର ହୋଇଅଛି ।
(୨) ସାପଗଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୭୮ ଲକ୍ଷ ୪୪ ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଅଛି । (୩) ଯୋଡାବର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୪୦ ଲକ୍ଷ ୨୨ ହଜାର ଅର୍ଥ ମଞ୍ଜୁର ହୋଇଅଛି ।
(୪) ସାତକଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୪୦ ଲକ୍ଷ ୨୨ ହଜାର ଅର୍ଥ ମଞ୍ଜୁର ହୋଇଅଛି ।
(୫) ରମ୍ପାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୪୦ ଲକ୍ଷ ୨୨ ହଜାର ଅର୍ଥ ମଞ୍ଜୁର ହୋଇଅଛି । (୬) ଓ.ଏମ୍‌.ସି. କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୪୦ ଲକ୍ଷ ୨୨ ହଜାର ଅର୍ଥ ମଞ୍ଜୁର ହୋଇଅଛି ।
(୭) ପାଇକିରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୪୦ ଲକ୍ଷ ୨୨ ହଜାର ଅର୍ଥ ମଞ୍ଜୁର ହୋଇଅଛି ।
(୮) କୁସୁନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୪୦ ଲକ୍ଷ ୨୨ ହଜାର ଅର୍ଥ ମଞ୍ଜୁର ହୋଇଅଛି ।
(୯) ଜାବରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧ ଗୋଟି ଅତିରିକ୍ତି ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୨୧ ଲକ୍ଷ ୧୧ ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଅଛି ।
(୧୦) ଧବଳଗିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୭୮ ଲକ୍ଷ ୪୪ ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଅଛି ।
(୧୧) ବିନାୟକ ବିହାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୪୦ ଲକ୍ଷ ୨୨ ହଜାର ଅର୍ଥ ମଞ୍ଜୁର ହୋଇଅଛି । ଏହି ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଶ୍ରୀ ଅଚ୍ୟୁତାନନ୍ଦ ଦାସ (ବ୍ୟାସଦେବ ମଣ୍ଡଳ ସଭାପତି), ଶ୍ରୀମତୀ ରଶ୍ମିତା ରାଉତ, ବ୍ୟାସଦେବ ମହିଳା ମୋର୍ଚ୍ଚା ସଭାନେତ୍ରୀ, ଶ୍ରୀ ଜିତେନ୍ଦ୍ର କୁମାର ବେହୁରା, ବ୍ୟାସଦେବ ଯୁବମୋର୍ଚ୍ଚା ସଭାପତି, ନିରଞ୍ଜନ ଘଡାଇ, ପ୍ରଶାନ୍ତ ବୋଇତାଇ, ଅଯୋଧ୍ୟା ଜେନା, ସ୍ୱର୍ଣ୍ଣପ୍ରଭା ନାୟକ, ଦୀପ୍ତିମୟୀ କୁଅଁର, ଆଶା ମହାନ୍ତି, ସଂଗୀତା ପ୍ରଧାନ, ରାଣୀ ସାମଲ, ନିବେଦିତା ଜେନା, ଗୀତା ନାୟକ, କାଉନସିଲର ଅଶୋକ କୁମାର ରାଉତ, ମଣିନ୍ଦ୍ର କୁମାର ସାହୁ, ଭରତ ଓଝା, ଟୁନିଆ ନାୟକ, ବିଶ୍ୱନାଥ ସେଠୀ, କୃଷ୍ଣଚନ୍ଦ୍ର ରାଉତ, ତାରିଣୀ ପ୍ରସାଦ ଦାସ, ଅଜିତ ସାମଲ, ଧନେଶ୍ୱର ବାରିକ, ପ୍ରିୟବ୍ରତ ରାଉତ, ଦୀନବନ୍ଧୁ ନାୟକ, ପ୍ରଦୀପ ମହାନ୍ତି, ଗୌରାଙ୍ଗ ସାହୁ, ଅଭିରାମ ରାଉତରାୟ, ଅଶୋକ ବାରିକ, ସୁବ୍ରତ ସେଠୀ, ଚନ୍ଦନ ପରିଡା, ସନ୍ଦିପ ପରିଡା, ରାକେଶ ଜେନା, ପ୍ରିୟବ୍ରତ ସାହୁ, ଚନ୍ଦନ ଜେନା, ଅଜିତ ପରିଡା, ଗୌରହରି ଦାସ, କଳିଙ୍ଗ ପହି, ମଇଉଦ୍ଦିନ୍ ଅନସାରୀ, ବାବାଜୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031