Indus Valley Times

ଭାରତରେ ପ୍ରଥମଥର ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲ୍ୟାଣ୍ଡ, ୧୨ ବର୍ଷ ପରେ ହାରିଲା ଟିମ ଇଣ୍ଡିଆ

 Breaking News

ଭାରତରେ ପ୍ରଥମଥର ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲ୍ୟାଣ୍ଡ, ୧୨ ବର୍ଷ ପରେ ହାରିଲା ଟିମ ଇଣ୍ଡିଆ

October 26
18:42 2024

ପୁଣେ,୨୬/୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ ରଚିଛି। ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଏଭଳି କାରନାମା କରିଥିବା ବେଳେ ଭାରତର ଲଗାତାର ଟେଷ୍ଟ ସିରିଜ ଜିତିବାର ଧାରା ମଧ୍ୟ ଭାଙ୍ଗି ଯାଇଛି।
୨୦୧୨-୧୩ରେ ଇଂଲଣ୍ଡ ଭାରତ ଗସ୍ତରେ ଦଳକୁ ଟେଷ୍ଟ ସିରିଜରେ ହରାଇଥିଲା। ଏହା ପରଠାରୁ ଭାରତୀୟ ଟିମ୍ ଘରୋଇ ମାଟିରେ ସିରିଜ ପରାଜୟର ନଜିର ନାହିଁ। ଦଳ ଲଗାତାର ୧୮ ସିରିଜରେ ବିଜେତା ହୋଇଥିଲା। ହେଲେ ଏବେ ଏଥିରେ ବ୍ରେକ୍ ଲାଗିଛି। ସେହିଭଳି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ୪ର୍ଥ ମ୍ୟାଚ୍‌ରେ ପରାଜିତ ହୋଇଛି। ସେ ଏବେ ଭାରତ ପାଇଁ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ହାରିବା ମାମଲାରେ ସଂଯୁକ୍ତ ଭାବେ ଦ୍ୱିତୀୟ ଭାରତୀୟ ଅଧିନାୟକ ପାଲଟିଛନ୍ତି।
ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦଳ ୨୫୯ ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୧୫୬ ରନ୍ କରି ଅଲଆଉଟ୍ ହୋଇଥିଲା। ପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରି ୨୫୫ ରନ୍ କରିବାରେ ସଫଳ ହୋଇଥିଲା। ଏମିତିରେ ଭାରତକୁ ୩୫୯ରନ୍‌ର ଟାର୍ଗେଟ ମିଳିଥିଲା। ହେଲେ ଯଶସ୍ବୀ ଜୟସ୍ବାଲଙ୍କୁ ଛାଡ଼ି ଅନ୍ୟ ବ୍ୟାଟ୍ସମ୍ୟାନ୍ ବିଫଳ ହେବାରୁ ଦଳକୁ ପରାଜିତ ହେବାକୁ ପଡ଼ିଛି। ନ୍ୟୁଜିଲାଣ୍ଡ ୨-୦ରେ ସିରିଜରେ ଆଗୁଆ ହୋଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31