Indus Valley Times

ଭିଜିଲାନ୍ସ ଜାଲରେ ଆଇସିଡ଼ିଏସ ସୁପରଭାଇଜର

 Breaking News

ଭିଜିଲାନ୍ସ ଜାଲରେ ଆଇସିଡ଼ିଏସ ସୁପରଭାଇଜର

ଭିଜିଲାନ୍ସ ଜାଲରେ ଆଇସିଡ଼ିଏସ ସୁପରଭାଇଜର
July 13
17:13 2022

ବଲାଙ୍ଗୀର ୧୩/୭: ଭିଜିଲାନ୍ସ ଜାଲରେ ଆଇସିଡ଼ିଏସ ସୁପରଭାଇଜର। ଆଗଲପୁର ବ୍ଲକର ଆଇସିଡ଼ିଏସ ସୁପର ଭାଇଜର କୁନି ନାଏକ।
୧୯,୮୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ବଲାଙ୍ଗୀର ଭିଜିଲାନ୍ସ। ଭରସୁଜାର ଅଙ୍ଗନୱାଡ଼ୀ କର୍ମୀ ଲତା ଭୋଇଙ୍କଠାରୁ ନେଉଥିଲେ ଲାଞ୍ଚକ୍ଷ ୬ ଜଣ ଅଙ୍ଗନୱାଡ଼ୀ କର୍ମୀଙ୍କ ବକେୟା ଟଙ୍କା ଦେବାକୁ ନେଉଥିଲେ ଲାଞ୍ଚ।
ଏହି ସମୟରେ ମାଡିବସିଛି ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ତେବେ ଦୀର୍ଘ ବର୍ଷ ଧରି ଅଙ୍ଗନୱାଡ଼ୀ କର୍ମୀଙ୍କଠାରୁ ଏଭଳି ଭାବରେ ଲାଞ୍ଚ ନେଇ ଆପ୍ରୁଭ କରିଆସୁଥିଲେକ୍ଷ ଏହାସହ ବିଭିନ୍ନ କାମ ସହ ଯୋଜନା ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ଆସୁଥିଲା।
ତେବେ ଲତା ଭୋଇ ତାଙ୍କୁ ପୂର୍ବରୁ କିଛି ଟଙ୍କା ଦେଇଥିବା ବେଳେ ମଙ୍ଗଳବାର ବାକି ଟଙ୍କା ଦେବାକୁ ଆସିଥିଲେ। ଏହି ସମୟରେ ତାଙ୍କ କାର୍ଯ୍ୟାଳୟରେ ଜାଲ ବିଛାଇ ଜଗି ରହିଥିବା ଭିଜିଲାନ୍ସ କାବୁ କରିଛି। ଏନେଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସେପଟେ ଅଙ୍ଗନୱାଡ଼ୀ କର୍ମୀ ଲତା ତାଙ୍କ କାମ ଭଲରେ କରୁନଥିବା ବେଳେ ସୁପରଭାଇଜର କୁନି ତାଙ୍କୁ ତାଗିଦ କରିଆସୁଥିଲେ। ଯାହାର ପ୍ରତଶୋଧ ନେବା ସହ ତାଙ୍କୁ ଫସାଇ ଦେଇଥିବା କୁନି ନାଏକ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930