Indus Valley Times

ଭିଜିଲାନ୍ସ ଜାଲରେ କୋରାପୁଟ ବନ ବିଭାଗ ଫରେଷ୍ଟର, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

 Breaking News

ଭିଜିଲାନ୍ସ ଜାଲରେ କୋରାପୁଟ ବନ ବିଭାଗ ଫରେଷ୍ଟର, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

December 26
15:17 2025

ମାଲକାନଗିରି,୨୬/୧୨ : ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ଆସିଥିବା ବେଳେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ । ଜୟନଗର ସ୍ଥିତ ବାସଭବନ ସମେତ ଚାରୋଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।
ଶୁକ୍ରବାର ମାଲକାନଗିରି ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି ।
ପୂର୍ବରୁ ଏହି ଜେଇଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଥିଲା। ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୪ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଉଛି।
ଚଢ଼ାଉ ହୋଇଥିବା ସ୍ଥାନଗୁଡ଼ିକ ହେଉଛି ଜୟନଗର, ମାଲକାନଗିରିରେ ତିନି ମହଲା ବିଶିଷ୍ଟ ବାସଭବନ। ଗଚଠ-୧୦, କାଲିମେଳା, ରାଇଘର, ନବରଙ୍ଗପୁରର ଜଣେ ସମ୍ପର୍କୀୟଙ୍କ ଘରରେ ରେଡ୍ କରିଛି ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି। ରେଡ୍ ଶେଷ ହେବା ପରେ ସମ୍ପତ୍ତିର ତାଲିକା ସାମ୍ନାକୁ ଆସିପାରିବ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031