Indus Valley Times

ଭିଜିଲାନ୍ସ ଜାଲରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ, ଏକାସାଙ୍ଗେ ଚାରିଟି ସ୍ଥାନରେ ଚଢାଉ

 Breaking News

ଭିଜିଲାନ୍ସ ଜାଲରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ, ଏକାସାଙ୍ଗେ ଚାରିଟି ସ୍ଥାନରେ ଚଢାଉ

June 12
10:53 2023

ନୂଆପଡ଼ା,୧୨/୬: ଓଡ଼ିଶା ଭିଜିଲାନ୍ସ ଜାଲରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକର।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନୂଆପଡ଼ା ଜିଲ୍ଲା କୋମନା ଶାଖାର ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକରଙ୍କ ଘର ସମେତ ଚାରିଟି ଜାଗାରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢଉ ଜାରି ରହିଛି।
ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏକକାଳୀନ ଚଢଉ ଚାଲିଛି। ଏଥିରେ ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।
ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ବେଲଟୁକୁରି ଗାଁରେ ଅବସ୍ଥିତ ଶ୍ରୀ ଚନ୍ଦ୍ରକରଙ୍କ ଦୁଇ ମହଲା ବିଶିଷ୍ଟ ବାସଗୃହ, ୩ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଦୁଇ ମହଲା କୋଠା, ସେଠାରେ ୩ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣାଧୀନ କୋଠା ଓ କୋମନାରେ ଥିବା ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଶ୍ରୀ ଚନ୍ଦ୍ରକରଙ୍କ ଅଫିସ୍ ରୁମରେ ଚଢଉ କରୁଛି ଭିଜିଲାନ୍ସ ଟିମ୍। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930