Indus Valley Times

ଭିଜିଲାନ୍ସ ପଞ୍ଝାରେ ପୁଲିସ ବାବୁ ଓ ତାଙ୍କ ସହଯୋଗୀ, ଢାବା ମାଲିକଙ୍କଠୁ ନେଉଥିଲେ ୨୦ ହଜାର ଲାଞ୍ଚ

 Breaking News

ଭିଜିଲାନ୍ସ ପଞ୍ଝାରେ ପୁଲିସ ବାବୁ ଓ ତାଙ୍କ ସହଯୋଗୀ, ଢାବା ମାଲିକଙ୍କଠୁ ନେଉଥିଲେ ୨୦ ହଜାର ଲାଞ୍ଚ

ଭିଜିଲାନ୍ସ ପଞ୍ଝାରେ ପୁଲିସ ବାବୁ ଓ ତାଙ୍କ ସହଯୋଗୀ, ଢାବା ମାଲିକଙ୍କଠୁ ନେଉଥିଲେ ୨୦ ହଜାର ଲାଞ୍ଚ
August 30
12:24 2026

ସୁନ୍ଦରଗଡ଼ ଜିଲ୍ଲା, ୩୦/୮ ଲହୁଣୀପଡ଼ା ଥାନାର ଏଏସଆଇ (ASI) ମଦନ ମୋହନ ମହାନ୍ତଙ୍କୁ ଭିଜିଲାନ୍ସ ବିଭାଗ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ସେ ଏକ ହୋଟେଲ ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡ ଧରାପଡ଼ିଛନ୍ତି।
ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସଫଳ ଚଢ଼ାଉ କରାଯାଇ ଏଏସଆଇଙ୍କୁ କାବୁ କରାଯାଇଛି। ଏହି ମାମଲାରେ ଏଏସଆଇଙ୍କ ସହ ମନଦୀପ କୁମାର ଦାସମୋଦକ ନାମକ ଜଣେ ବେସରକାରୀ ବ୍ୟକ୍ତି (ସହଯୋଗୀ) ମଧ୍ୟ ଗିରଫ ହୋଇଛନ୍ତି।
ସୂଚନା ଥାଉକି ଏକ ହୋଟେଲ ବ୍ୟବସାୟୀଙ୍କଠାରୁ କୌଣସି ମାମଲାର ଦଫାରଫା ବା ସୁବିଧା କରିଦେବା ପାଇଁ ଏହି ଅର୍ଥ ଦାବି କରାଯାଇଥିଲା।ତେବେ ପୂର୍ବ ସୂଚନା ମୁତାବକ ଟଙ୍କା ନେବା ବେଳେ ଧରିଥିଲା ଭିଜିଲାନ୍ସ।ମହୁଲଡିହା ସ୍ଥିତ ବାସଭବନ ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031