Indus Valley Times

ଭିଜିଲାନ୍ସ ପଞ୍ଝାରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ, ଘର ସମେତ ୩ଟି ସ୍ଥାନରେ ଚଢାଉ

 Breaking News

ଭିଜିଲାନ୍ସ ପଞ୍ଝାରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ, ଘର ସମେତ ୩ଟି ସ୍ଥାନରେ ଚଢାଉ

ଭିଜିଲାନ୍ସ ପଞ୍ଝାରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ, ଘର ସମେତ ୩ଟି ସ୍ଥାନରେ ଚଢାଉ
April 11
10:30 2023

ହିନ୍ଦୋଳ,୧୧/୪: ପ୍ରଧାନ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ। ଭିଜିଲାନ୍ସ ପକ୍ଷରୁ ଆଜି ଏକକାଳୀନ ୩ଟି ସ୍ଥାନରେ ଚଢ଼ଉ କରାଯାଉଥିବା ଜଣାଯାଇଛି।
ଘଟଣାରୁ ପ୍ରକାଶ ଗତ ଦୁଇ ମାସ ତଳେ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣାକ୍ରମେ ବିଦ୍ୟାଳୟର ଜଣେ ଛାତ୍ର ବିଦ୍ୟାଳୟ ସମୟରେ ବାହାରକୁ ଶୌଚ ହେବାକୁ ଯାଇଥିଲା।
ଏହି ସମୟରେ ଏକ ଖୋଳା ହୋଇଥିବା ନୂଆ କୂଅରେ ପଡ଼ି ମୃତ୍ୟୁବରଣ କରିଥିଲେ। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ବୈତ ସାମଲଙ୍କୁ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ ତାଙ୍କୁ ନିଲମ୍ବିତ କରିଥିଲେ। ପରେ ତାଙ୍କଠାରୁ ବିଭିନ୍ନ ସମୟରେ ପଇସା ନେଉଥିଲେ। ଏଥିସହ ତାଙ୍କୁ ମାନସିକ ନିର‌୍ୟାତନା ମଧ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଛି।
ଏଥିରେ ଅତିଷ୍ଠ ହୋଇ ପ୍ରଧାନ ଶିକ୍ଷକ ଅଦ୍ବୈତ ସାମଲ କଟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ ଆଜି ସକାଳୁ ବ୍ଲକ ଶିକ୍ଷାଧିକାରୀ କୁକୁଟା ଛକରେ ରହୁଥିବା ଭଡ଼ାଘରେ ଶିକ୍ଷକ ଅଦ୍ବୈତ ସାମଲ ବ୍ଲକ ଶିକ୍ଷାଧିକାରୀଙ୍କୁ ଦଶ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଆଜି ଏକ ସମୟରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକଙ୍କ ଭଡ଼ା ଘର ସମେତ କାର‌୍ୟ୍ୟାଳୟ ଓ ଭଦ୍ରକ ବାସଭବନରେ ଚଢ଼ଉ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031