ଭୁବନେଶ୍ବର ବିମାନବନ୍ଦରରୁ ୨ କେଜି ସୁନା ବିସ୍କୁଟ ଜବତ, ଜଣେ ଗିରଫ
![ଭୁବନେଶ୍ବର ବିମାନବନ୍ଦରରୁ ୨ କେଜି ସୁନା ବିସ୍କୁଟ ଜବତ, ଜଣେ ଗିରଫ](http://indusvalleytimes.com/news/wp-content/uploads/2023/09/gold-680x365_c.jpg)
September 07
17:55
2023
ଭୁବନେଶ୍ୱର,୭/୯: ଆଜି ରାଜଧାନୀ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଖରୁ ଡିଆରଆଇ ବା ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପ୍ରାୟ ୧୦ ତୋଳା ସୁନା ଜବତ କରିଛି ।
ଏହି ସୁନାର ଦାମ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏସବୁ ବିଦେଶରେ ତିଆରି ହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛି ।
ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ସୁନା ଜବତ ହୋଇଥିବା ସୂଚନା ଦେଇଛି ଡିଆରଆଇ । ଏହି ସୁନାଗୁଡିକ ବିସ୍କୁଟ ଆକାରରେ ରଖାଯାଇଥିବାବେଳେ ଏହାକୁ ସାରା ଦେଶରେ ବେଆଇନ ଭାବେ ଚାଲାଣ କରାଯିବାର ଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
କଷ୍ଟମ୍ସ ଆକ୍ଟ ୧୯୬୨ରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଗିରଫ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।