Indus Valley Times

ଭୁବନେଶ୍ୱରରେ ଏନକାଉଣ୍ଟର ପରେ ଏନକାଉଣ୍ଟର: କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦକୁ ଗୁଳି

 Breaking News

ଭୁବନେଶ୍ୱରରେ ଏନକାଉଣ୍ଟର ପରେ ଏନକାଉଣ୍ଟର: କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦକୁ ଗୁଳି

ଭୁବନେଶ୍ୱରରେ ଏନକାଉଣ୍ଟର ପରେ ଏନକାଉଣ୍ଟର: କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦକୁ ଗୁଳି
April 11
10:03 2025

ଭୁବନେଶ୍ୱର, ୧୧/୪ : ପୁଣି ରାଜଧାନୀରେ ଏନକାଉଣ୍ଟର। ଜବତ ହେଲା ୨୦୦ଗ୍ରାମ ବ୍ରାଉନ ସୁଗର, ବନ୍ଧୁକ ଓ ବାଇକ। ଜୟଦେବ ବାଟିକା ନିକଟରେ କମିଶନରେଟ ପୋଲିସର ସ୍ପେସଲ କ୍ରାଇମ୍ ୟୁନିଟ ନିଶା ମାଫିଆ ଶେଖ୍ ଜମଶେଦକୁ ଏନକାଉଣ୍ଟର କରିଛି। ଫଳରେ ଦେହରେ ୨ଟି ଗୁଳି ବାଜିଛି। ତେଣୁ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ତେବେ ପୋଲିସ ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଶେଖ୍ ଜମଶେଦ ନାଁରେ ପୂର୍ବରୁ ଲାଲ ବାଗ, ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଥିଲା। ଏଥିପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ ତାଙ୍କୁ ଗିରଫ କରିବା ପାଇଁ ଯୋଜନା କରିଥିଲା। ବିଳମ୍ବିତ ରାତିରେ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ପିଛା କରୁଥିଲା ସ୍ପେଶାଲ କ୍ରାଇମ ୟୁନିଟ୍‌। ନିଜକୁ ବଞ୍ଚାଇବାକୁ ଯାଇ ଶେଖ ଜାମସେଦ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସର ପାଲଟା ଜବାବରେ ଅଭିଯୁକ୍ତର ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା। ଏହାପରେ ଜମଶେଦର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତାର ଚିକିତ୍ସା ପାଇଁ ତାକୁ ଏମ୍ସରେ ଭର୍ତ୍ତି କରାଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031