Indus Valley Times

ଭୁବନେଶ୍ୱରେ ପହଞ୍ଚିଲେ ମୋଦି: ବିମାନବନ୍ଦରରେ ଭବ୍ୟ ସ୍ବାଗତ

 Breaking News

ଭୁବନେଶ୍ୱରେ ପହଞ୍ଚିଲେ ମୋଦି: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱରେ ପହଞ୍ଚିଲେ ମୋଦି: ବିମାନବନ୍ଦରରେ ଭବ୍ୟ ସ୍ବାଗତ
June 20
17:22 2025

ଭୁବନେଶ୍ୱର, ୨୦/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଶୁକ୍ରବାର ଅପରାହ୍ନରେ ଓଡ଼ିଶାରେ ପହଁଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟାନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ଭବ୍ୟ ରୋଡ୍ ଶୋ କରିଛନ୍ତି ମୋଦୀ । । ବିମାନବନ୍ଦରୁ ଜନତା ମଇଦାନ ଯାଏଁ ପୁରା ଲୋକାରଣ୍ୟ ହୋଇଯାଇଛି ।
ମୋଦୀ ନାରା, ହୁଳହୁଳି, ବାଜାର ତାଳରେ କମ୍ପିଛି ରାଜଧାନୀର ରାଜରାସ୍ତା । ମୋଦୀଙ୍କ ସ୍ୱାଗତ ପାଇଁ ପ୍ରାୟ ୨୮ଟି ସ୍ଥାନରେ ସାଂସ୍କୃତିକ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ହାତ ହଲାଇ ରାସ୍ତାର ପାର୍ଶ୍ୱରେ ଥିବା ଜନତାଙ୍କୁ ଅଭିବାଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ । ଏହା ସହିତ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।
ସେହିପରି ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ । ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ମୁଖ୍ୟମନ୍ତ୍ରୀ ଅନ୍ତୋଦ୍ୟୋୟ ଯୋଜନାରେ ଘର ବାଣ୍ଟିବେ । ପ୍ରଧାନମନ୍ତ୍ରୀଙ୍କ ଆଗରେ ମୋହନ ସରକାର ୨୦୩୬ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ କରିଥିବା ଭିଜନ ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶନ କରିବେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031