Indus Valley Times

ମଦ ବିରୋଧୀ ଆନ୍ଦୋଳନ: ମଦୁଆଙ୍କୁ ଦେଲେ ଚେତାବନୀ

 Breaking News

ମଦ ବିରୋଧୀ ଆନ୍ଦୋଳନ: ମଦୁଆଙ୍କୁ ଦେଲେ ଚେତାବନୀ

June 07
20:19 2022

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୟାଗଡ଼, ୭/୬: ମଦ ବିରୋଧରେ ତାତିଲେ ମହିଳା। ରାଲି କରି ଗ୍ରାମର ଚୋରା ମଦବେପାରୀ ଓ ମଦୁଆଙ୍କୁ ଦେଲେ ଚେତାବନୀ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱପରିବେଶ ଦିବସ ପାଳନ ହେଉଥିବା ବେଳେ,ଗ୍ରାମରେ ଚୋରା ଦେଶୀ ମଦବେପାର , ମଦୁଆଙ୍କ ସଂଖ୍ୟା ଓ ଉତ୍ପାତ ବୃଦ୍ଧି କୁ ନେଇ ତାତିଛନ୍ତି ମହିଳା।
ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୀଙ୍ଗାରପଲ୍ଲି ପଞ୍ଚାୟତର ଯୋଡାସାହି ଗ୍ରାମରେ।ପ୍ରକାଶ ଥାଉକି କାପତାପଲ୍ଲି ଏବଂ ଗୁମି ମାଳ ଅଞ୍ଚଳରେ ଚୋରାରେ ଦେଶୀମଦ ରନ୍ଧାଯାଇ ବିକ୍ରି କରା ଯାଉଥିବାରୁ , ଯୋଡାସାହି ଗ୍ରାମର କେତେକ ବ୍ୟକ୍ତି ଚୋରାରେ ମଦ ଆଣି ଗ୍ରାମରେ ବେପାର କରୁଛନ୍ତି।
ଯାହାଫଳରେ ଗ୍ରାମରେ ମଦ୍ୟାପଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଗ୍ରାମର ଯୁବପିଢି ମଦନିଶା ର କବଳରେ ପଡ଼ୁଛନ୍ତି ।
ମଦଯୋଗୁଁ ଗ୍ରାମର ଶାନ୍ତ ପରିବେଶ ନଷ୍ଟ ହେବା,ପରିବାରରେ ଅଶାନ୍ତି ସୃଷ୍ଟି ହେବା ,ମଦ ପିଇ କରି ଘରେ ମାରପିଟ୍ କରିବା ସହିତ ଗାଆଁରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏଥିରେ ଅତିଷ୍ଟ ହୋଇ, ଯୋଡାସାହି ଗ୍ରାମର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ର ଶତାଧିକ ମହିଳା ଏକାଠି ହୋଇ ଗ୍ରାମରେ ଚୋରା ମଦ ବେପାର ବନ୍ଦ କରିବା ଓ ଗ୍ରାମକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଏକ ଶୋଭାଯାତ୍ରା ରେ ବାହାରି ମଦ,ଗଞ୍ଜେଇ ପ୍ରଭୃତି ବିଭିନ୍ନ ନିଶାଦ୍ରବ୍ୟ ସେବନ ର ଅପକାରିତା ସମ୍ପର୍କରେ ସଚେତନ କରାଇବା ସହିତ , ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସ୍ଲୋଗାନ ମାନଦେଇ ଗ୍ରାମ ପରିକ୍ରମା କରିଥିଲେ।ମହିଳା ସ୍ଵୟଂସହାୟିକା ଗୋଷ୍ଠୀ ସମୂହ ପକ୍ଷରୁ ଉଜଚ ରଶ୍ମିତା କହଁର ଓ ମହିଳା ଗୋଷ୍ଠୀର ସଭାନେତ୍ରୀ ଜୟନ୍ତୀ ଧଳ ପ୍ରମୁଖ ଙ୍କ ନେତୃତ୍ୱରେ ଗ୍ରାମରେ ଚୋରାମଦ ବିକ୍ରୀ ବିରୁଦ୍ଧରେ ଏବଂ ଗ୍ରାମକୁ ନିଶାମୁକ୍ତ କରିବାପାଇଁ ନିଆଯାଇଥିବା ପଦକ୍ଷେପ କୁ ଗ୍ରାମର ବୁଦ୍ଧିଜୀବୀ ଓ ପଞ୍ଚାୟତ ବାସି ସ୍ୱାଗତଃ କରିଛନ୍ତି।
ଗ୍ରାମାଞ୍ଚଳରେ ଚାଲିଥିବା ଚୋରା ଦେଶୀମଦ ବେପାର କୁ ରୋକିବା ପାଇଁ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବିହୋଇଛି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930