Indus Valley Times

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ମୋଦୀ

 Breaking News

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ମୋଦୀ

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ମୋଦୀ
February 22
19:40 2026

ନୂଆଦିଲ୍ଲୀ,୨୨/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୧ ତମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହି ସମୟରେ ସେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କରିଥିଲେ । ତାଙ୍କର ଚାଷଶୈଳୀର ଉଦାହରଣ ଦେଇଥିଲେ ମୋଦୀ ।
ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ବାପା ଶିବଶଙ୍କର ପଟେଲଙ୍କଠାରୁ ପ୍ରେରଣା ପାଇ ହିରୋଦ ଚାଷ କରୁଛନ୍ତି । ପାରମ୍ପରିକ କୃଷିକୁ ଏକ ଅତ୍ୟନ୍ତ ଲାଭଦାୟକ ଏବଂ ସ୍ଥାୟୀ ଉଦ୍ୟମରେ ପରିଣତ କରିବା କ୍ଷେତ୍ରରେ ସେ ଜଣେ ଅଗ୍ରଣୀ ଚାଷୀ। ଧାନ, କଦଳୀ, ମାଛ ଚାଷ କରି ବେଶ୍ ଲାଭବାନ୍ ହୋଇଛନ୍ତି। ତାଙ୍କ ଚାଷ ପ୍ରଣାଳୀ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି । ତାଙ୍କ ଚାଷ ଶୈଳୀ ଶିଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସୂଚନା ଅନୁସାରେ, ଯୁବ ଚାଷୀ ହିରୋଦ ପଟେଲ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକର ରତନପୁର ଗ୍ରାମର ବାସିନ୍ଦା । ହିରୋଦ ତାଙ୍କର ଅଭିନବ ସମନ୍ୱିତ କୃଷି ମଡେଲ ପାଇଁ ଉଲ୍ଲେଖନୀୟ ସ୍ୱୀକୃତି ପାଇଛନ୍ତି । ଧାନ, କଦଳୀ, ମାଛ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଅନ୍ୟମାନଙ୍କ ପାଇଁ ତାଙ୍କ ଫାର୍ମ ଏକ ଜୀବନ୍ତ ପ୍ରୟୋଗଶାଳା ପାଲଟିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031