ମନ୍ଦିର, ମସଜିଦ, ଗିର୍ଜା ଆଦି ଖୋଲିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ
August 13
23:52
2020
By Kishore Mohapatra
Nayagarh, Aug. 13: ମହାମାରୀ କରୋନା ଲାଗି ସରକାର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମନ୍ଦିର ,ମସଜିଦ ଆଦିରେ ସଧାରଣ ଦର୍ଶନ କୁ ବାରଣ କରିଛନ୍ତି । ଫଳରେ ମନ୍ଦିର ପୂଜକ ଏବଂ ଧାର୍ମିକ ଅନୁଷ୍ଠାନ ଆଖପାଖ ରେ ବେପାର କରି ପେଟ ପୋଷୁଥିବା ଫୁଲ ଫଳ ଆଦି ଦୋକାନୀ ବହୁ କ୍ଷତିଗ୍ରସ୍ତ ହେଉଛନ୍ତି ।
ଯାହାକୁ ନେଇ ବିଶ୍ବ ମାନବାଧିକାର ସୁରକ୍ଷା ସଙ୍ଗଠନର ସଭାପତି ଜୋସ୍ନାମୟୀ ପଟ୍ଟନାୟକ, ସାରଳା ପଟ୍ଟନାୟକ, ହରେକୃଷ୍ଣ ସାହୁ,ଯୁଗଳ ଚରଣ ପଟ୍ଟନାୟକ,ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସାମାଜିକ ଦୂରତ୍ବ ଓ କୋଭିଡ ନିୟମ କୁ ଦୃଷ୍ଟିରେ ରଖି ମନ୍ଦିର, ମସଜିଦ, ଗିର୍ଜା ଆଦି ଖୋଲିବା ପାଇଁ ଅନୁମତି ଦେବାକୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।