Indus Valley Times

ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେପି : କଂଗ୍ରେସ

 Breaking News

ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେପି : କଂଗ୍ରେସ

ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେପି : କଂଗ୍ରେସ
April 21
22:56 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୧/୪ : କଂଗ୍ରେସ ଦଳ ମହିଳାଙ୍କ ସଶକ୍ତିକରଣ ଓ ନେତୃତ୍ୱକୁ ଆଗକୁ ବଢାଇବା ପାଇଁ ସର୍ବଦା ପ୍ରତିବଦ୍ଧ । ପଞ୍ଚାୟତିରାଜ ପ୍ରତିଷ୍ଠାନରେ ୩୩% ସଂରକ୍ଷଣ ଠାରୁ ଆରମ୍ଭ କରି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଲୋକସଭା ବାଚସ୍ପତି, ଏବଂ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, କଂଗ୍ରେସ ଦଳ ସବୁବେଳେ ମହିଳାଙ୍କୁ ଅଗ୍ରଣୀ ଭୂମିକା ନେବା ପାଇଁ ପ୍ରୋତ୍ସାହିତ କରିଆସିଛି । ମହିଳାଙ୍କୁ ଦେଶରେ ୩୩% ସଂରକ୍ଷଣ ପାଇଁ ୨୦୨୩ ମସିହାରେ ଦେଶର ସଂସଦ ରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହେବା ପରେ ମହମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରି ଆଇନରେ ପରିଣତ କରିବା ପରେ କେନ୍ଦ୍ର ବିଜେପି ସରକାର ମହିଳା ମାନଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ଉପଯୁକ୍ତ ପ୍ରତିନିଧିତ୍ୱ ଦେଲେ ନାହିଁ ଏବଂ ଏହା ପଛରେ କି ରାଜନୈତିକ ରହସ୍ୟ ରହିଛି ଆଜି ଦେଶ ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହୁଁଛି ।
୨୦୨୩ ରେ ଗୃହୀତ ହୋଇଥିବା ମହିଳା ବିଲ ତୁରନ୍ତ କାର୍ଯ୍ୟକାରୀ କରିବା ମହିଳା ମାନଙ୍କୁ ନ୍ୟାୟ ଦେବା ପାଇଁ ଲୋକସଭା ବିରୋଧି ଦଳ ନେତା ଜନନାୟକ ରାହୁଲ ଗାନ୍ଧୀ ଇଣ୍ଡିଆ ବ୍ଲକ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ।
ନୟାଗଡ଼ ଡିସିସି ସଭାପତି ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଶ୍ରୀ ଅଭିଷେକ ମହାନନ୍ଦ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ହଳଧର ସେଠୀ, ରାଜ୍ୟ ମହିଳା କଂଗ୍ରେସ ବରିଷ୍ଠ ଉପସଭାନେତ୍ରୀ ପ୍ରଣତି ମିଶ୍ର, ବିଶ୍ୱକଲ୍ୟାଣୀ କର, ସାଧାରଣ ସମ୍ପାଦିକା ସିଲି ସେଠି, ଡିସିସି ଉପସଭାପତି ଫକୀର ଚରଣ ମଲ୍ଲ, ଡିସିସି ଅନୁସୂଚିତ ଜାତି ସଭାପତି ଜିତେନ୍ଦ୍ର ଦଳେଇ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ,ଡିସିସି ମନରେଗା କମିଟି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31