Indus Valley Times

ମାଓ ଡମ୍ପ ଉଦ୍ଧାର, ବହୁ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

 Breaking News

ମାଓ ଡମ୍ପ ଉଦ୍ଧାର, ବହୁ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ମାଓ ଡମ୍ପ ଉଦ୍ଧାର, ବହୁ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ
January 12
13:44 2025

ମାଲକାନଗିରି, ୧୨/୧ : ମାଓବାଦୀଙ୍କ ଷଡ଼ଯନ୍ତ୍ର ପୁଣି ଥରେ ବିଫଳ ହୋଇଛି। ସୁରକ୍ଷା ବାହିନୀର ଯବାନମାନେ ମାଓ ଡମ୍ପ ଠାବ କରିବା ସହିତ ଏଥିରୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ସର୍ଚ୍ଚ ଅପରେଶନ ସମୟରେ ମାଲକାନଗିରି ଜିଲ୍ଲା ପୁଲିସ ଏହି ସଫଳତା ହାସଲ କରିଛି।
ମାଓବାଦୀମାନେ ଡ଼ମ୍ପ କରି ବିସ୍ଫାରକ, ବନ୍ଧୁକ ଏବଂ ମାଓ ସାମଗ୍ରୀ ରଖିଥିବା ନେଇ ସୁରକ୍ଷା ବାହିନୀର ଯବାନମାନଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା।
ଏହି ସୂଚନା ଆଧାରରେ ଅପରେଶନ ଆରମ୍ଭ କରାଯାଇଥିଲା। ସୁରକ୍ଷା ବାହିନୀର ଯବାନମାନେ ମାଲକାନଗିରି ଡିଭିଏଫ ଯବାନ ଏମଭି-୭୯ ଥାନା ଅନ୍ତର୍ଗତ ମେଟାଗୁଡା, କତନପାଲି ଏବଂ ମୋଟୁ ଥାନା ଅନ୍ତର୍ଗତ ଜିନେଲଗୁଡା, ଟୋକାଲଗୁଡା ଅଂଚଳରେ ମାଓବାଦୀ ମାଟି ତଳେ ଡ଼ମ୍ପ କରି ରଖିଥିବା ମାଓ ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀକୁ ଜବତ କରିଛନ୍ତି।
ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକଙ୍କ କାର‌୍ୟ୍ୟାଳୟରେ ମାଓ ଡ଼ମ୍ପରୁ ଉଦ୍ଧାର ହୋଇଥିବା ସାମଗ୍ରୀକୁ ପ୍ରଦର୍ଶନ କରାଯାଇଛି। ଏଥିରେ ଏସ୍‌ଏଲ୍‌ଆର ବନ୍ଧୁକ, ମେଗାଜିନ, ଅମୁନେସନ ଚାର୍ଜ କ୍ଲିପ, ମେଗାଜିନ ପାଉଚ, ମୋବାଇଲ ସମେତ ବହୁ ସାମଗ୍ରୀ ସାମିଲ ଥିବା ନେଇ ଏସପି ବେବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଗୁଡ଼ିକର ସହଯୋଗରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ‌ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।
ଏହି କ୍ରମରେ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମା ବ୍ୟତୀତ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଅପରେଶନ ତୀବ୍ର କରିଦେଇଛନ୍ତି। ସେହିପରି ଛତିଶଗଡ଼ ଓ ମହାରାଷ୍ଟ୍ର ସୀମାରେ ମଧ୍ୟ ନକ୍ସଲ ଦମନ ପାଇଁ ସୁରକ୍ଷା ବାହିନୀର ଯବାନମାନେ ଅପରେଶନ ଜାରି ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031