Indus Valley Times

ମାନେଶ୍ଵରରେ ମା ଓ ଝିଅ ଜୀବନ୍ତ ଦଗ୍ଧ ଘଟଣା: ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗ

 Breaking News

ମାନେଶ୍ଵରରେ ମା ଓ ଝିଅ ଜୀବନ୍ତ ଦଗ୍ଧ ଘଟଣା: ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗ

ମାନେଶ୍ଵରରେ ମା ଓ ଝିଅ ଜୀବନ୍ତ ଦଗ୍ଧ ଘଟଣା: ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗ
November 06
10:24 2024

ସମ୍ବଲପୁର, ୬/୧୧: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ୱର ହାଟପଦାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ରାତିରେ ଘର ଭିତରେ ଅଗ୍ନିକାଣ୍ଡ ଘଟି ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଓ ତାଙ୍କ ବୃଦ୍ଧା ମାଆ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକ ଦୁଇ ଜଣ ହେଲେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୈରେନ୍ଦ୍ରୀ ଦୀକ୍ଷିତ ଓ ତାଙ୍କ ମା’ ସ୍ନେହଲତା ଦୀକ୍ଷିତ । ଖବର ପାଇ ସଦର ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୈରେନ୍ଦ୍ରୀ ଦୀକ୍ଷିତ ଅବିବାହିତା ଥିଲେ । ସେ ତାଙ୍କ ମା’ ସ୍ନେହଲତା ଦୀକ୍ଷିତ ଏବଂ ଭାଇ ଜଗନ୍ନାଥ ଓ ଭାଉଜଙ୍କ ସହିତ ରହୁଥିଲେ । ଘରର ଉପର ମହଲାରେ ସେ ଓ ତାଙ୍କ ମା’ ରହୁଥିବାବେଳେ ତାଙ୍କ ଭାଇ ନିଜ ପରିବାର ସହିତ ତଳ ମହଲାରେ ରହୁଛନ୍ତି । ବୃଦ୍ଧାବସ୍ଥା ଯୋଗୁଁ ସ୍ନେହଲତା ଶଯ୍ୟାଶାୟୀ ଥିଲେ ।
ଗତକାଲି ବିଳମ୍ବିତ ରାତିରେ ଉପର ମହଲାର ଘର ଭିତରେ ନିଆଁ ଜଳୁଥିବା ଲୋକେ ଦେଖିବାକୁ ପାଇଥିଲେ । ପରେ ତଳ ମହଲାରେ ରହୁଥିବା ତାଙ୍କ ଭାଇ ଜଗନ୍ନାଥଙ୍କୁ କହିଥିଲେ । ଏହା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ମାତ୍ର ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ସୈରେନ୍ଦ୍ରୀଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଅନ୍ୟ ଏକ କୋଠରିରେ ଶୋଇଥିବା ସ୍ନେହଲତା ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ ।
ସମ୍ପତ୍ତି ତଥା ଜମି ପାଇଁ ଦୁଇ ଜଣଙ୍କୁ ହତ୍ୟା କରି ପୋଡ଼ି ଦିଆଯାଇଛି ବୋଲି ତାଙ୍କ ଭଉଣୀ ସଙ୍ଗୀନ ଅଭିଯୋଗ କରିଛନ୍ତି । ଭାଇ, ଭାଉଜ ଏବଂ ତାଙ୍କ ଝିଅ ତିନି ଜଣ ମିଶି ହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଭଉଣୀର ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଭାଇ ଜଗନ୍ନାଥ । ବଡ଼ ଭଉଣୀ ସୈରେନ୍ଦ୍ରୀଙ୍କ ସହିତ ତାଙ୍କ ଭଲ ସମ୍ପର୍କ ଥିଲା । ଘଟଣା ସମୟରେ ସେ ଘରେ ଉପସ୍ଥିତ ଥିବାରୁ ତାଙ୍କୁ ସନ୍ଦେହ କରାଯାଉଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।
ତେବେ ସଦର ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଯୋଜନା ବଦ୍ଧଭାବେ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ରହିଛି ସେ ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ପୁଲିସ କହିଛି । ଏସଡିପିଓ ତୋଫାନ ବାଗ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031