Indus Valley Times

ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା

 Breaking News

ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା

ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
March 24
12:38 2023

କାମାକ୍ଷାନଗର,୨୪/୩: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଶଶାପସି ତାରିଣୀ ମନ୍ଦିର ନିକଟରେ ଜଣେ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ୨ ଜଣ ଦୁର୍ବୃତ୍ତ ଆକ୍ରମଣ କରି ୨ ଲକ୍ଷ ୧୭ ହଜାର ଟଙ୍କା ଲୁଟିନେଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳେ ଶଶାପସି ଗାଁର ରଶ୍ମିରଞ୍ଜନ ପଣ୍ଡା ଗ୍ରାହକ ସେବା କେନ୍ଦ୍ରକୁ ଯାଉଥିବା ବେଳେ ହଠାତ୍ ଦୁଇ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ରଶ୍ମିରଞ୍ଜନ ପଣ୍ଡାଙ୍କଠାରୁ ୨ ଲକ୍ଷ ୧୭ ହଜାର ଟଙ୍କା ଲୁଟି ନେଇଥିଲେ।
ଏଥିରେ ସେ ଆହତ ହୋଇଛନ୍ତି। ଏନେଇ ରଶ୍ମିରଞ୍ଜନ ପଣ୍ଡା କଙ୍କଡାହାଡ଼ ଥାନାରେ ଅଭିଯୋଗ କରିଛନ୍ତି। ୨ ଲୁଟେରା କଙ୍କଡାହାଡ଼ ଥାନା ଦେଇ ଚମ୍ପଟ ମାରିଥିଲେ। କଙ୍କଡାହାଡ଼ ଥାନା ପୁଲିସ ଏହାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031