ମାରାଥନ ଜେରା ପରେ ଭାରତୀ ସିଂହ କୁ ଗିରଫ କଲା ଏନ୍ସିବି
November 21
20:06
2020
ମୁମ୍ବାଇ,୨୧/୧୧: ବଲିଉଡ୍ ର ପ୍ରଖ୍ୟାତ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହକୁ ମାରାଥନ ଜେରା ପରେ ଶନିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଗିରଫ କରିଛି । ଗିରଫ କରିବା ପୂର୍ବରୁ ଏନସିବି ଟିମ୍ ଭାରତୀଙ୍କ ମୁମ୍ବାଇ ବାସଭବନରେ ରେଡ୍ କରିଥିଲା। ରେଡ୍ ବେଳେ ତାଙ୍କ ଘରୁ କିଛି ଅଳ୍ପ ପରିମାଣର ଗଞ୍ଜେଇ ମିଳିଥିଲା। ଏହି କାରଣରୁ ଉଭୟ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଏନସିବି ମୁଖ୍ୟାଳୟଙ୍କୁ ଅଣା ଯାଇଥିଲେ। ସେଠାରେ ଉଭୟଙ୍କୁ ପଚାରାଉଚରା କରାଯାଇଥିଲା। ପଚରାଉଚରା ବେଳେ ଭାରତୀ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାକୁ ତାଙ୍କୁ ଗିରଫ କରାଯାଇଛି। ତେବେ ତାଙ୍କ ସ୍ୱାମୀ ହର୍ଷଙ୍କୁ ଏନସିବି ଗିରଫ କରିଛି କି ନାହିଁ, ସେକଥା ଜଣାପଡ଼ିନାହିଁ।