Indus Valley Times

ମେ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ

 Breaking News

ମେ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ

ମେ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ
April 08
16:05 2025

କଟକ, ୮/୪: ବର୍ତମାନ ଦଶମ ଶ୍ରେଣୀ ଖାତା ଦେଖା ଚାଲିଥିବା ବେଳେ ଆଗାମୀ ଦୁଇଦିନ ଏହା ସରିଯିବ।
ଏହାପରେ ବାକି ସମସ୍ତ ପ୍ରକ୍ରିୟା ସାରିବା ପରେ ଆସନ୍ତା ମାସ ଅର୍ଥାତ ମେ’ ମାସ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।
”ଚଳିତବର୍ଷ AIଏବଂ QR କୋରଡ଼ ଦ୍ୱାରା ପରୀକ୍ଷା ପରିଚାଳନା ସଫଳ ହୋଇଛି। ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ନେଇ କିଛି ଅସୁବିଧା ହେବନି ବୋଲି କହିଛନ୍ତି। ଗ୍ରେସ ମାର୍କ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ନେବ।”
ଚଳିତବର୍ଷ ରାଜ୍ୟରେ ମୋଟ ୫,୧୨,୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମୋଟ ୩୧୪ଟି ନୋଡାଲ୍ କେନ୍ଦ୍ର ସ୍ଥାପନ ହୋଇଥିଲା। କଡ଼ା ଚେକିଂ ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି ଟିଭି କ୍ୟାମେରା ଲଗାଯିବା ସହିତ ପରୀକ୍ଷା କେନ୍ଦ୍ର ଏବଂ ନୋଡାଲ ସେଣ୍ଟରଗୁଡ଼ିକରେ କୃତ୍ରିମ ବୁଦ୍ଧିମତ୍ତା (AI) କ୍ୟାମେରା ଲଗାଯାଇଥିଲା।
କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ୱାଡ୍ ଗଠନ ହୋଇଥିଲା। ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ରିଅଲ୍-ଟାଇମ୍ କାର‌୍ୟ୍ୟାବଳୀ ତଦାରଖ କରିବା ପାଇଁ ବୋର୍ଡ ମୁଖ୍ୟାଳୟରେ ଏକ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯିବ। ବୋର୍ଡ ଅଧିକାରୀମାନେ ନିୟନ୍ତ୍ରଣ କକ୍ଷରୁ ପରୀକ୍ଷା କାର୍ଯ୍ୟ ତଦାରଖ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031