Indus Valley Times

ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

 Breaking News

ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍
May 21
18:05 2025

ଭୁବନେଶ୍ୱର, ୨୧/୫ : ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ।ଚଳିତ ବର୍ଷ ପାସ ହାର ୮୨.୭୭ ପ୍ରତିଶତ ରହିଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଆଦି ପରୀକ୍ଷାର ଫଳ ଅପରାହ୍ନ ୪ଟା ରେ ପ୍ରକାଶ ପାଇଛି। ୧୪୨୫୧୨ ଛାତ୍ର ପାସ୍ ହୋଇଛନ୍ତି । ୧୭୬୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି। ଭୁବନେଶ୍ୱର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର‌୍ୟ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କର www.chseodisha.nic.in ଏବଂ orissaresults.nic.in ଓ୍ୱେବସାଇଟରେ ଘୋଷଣାର ଏକ ଘଣ୍ଟା ପରେ ଜାଣିପାରିବେ।
ବିଜ୍ଞାନରେ ପାସ୍ ହାର ୮୭.୪୯ ପ୍ରତିଶତ ଓ କଳାରେ ପାସ୍ ହାର ୮୦.୫୧ ପ୍ରତିଶତ, କମର୍ସରେ ପାସ୍ ହାର ୮୩.୦୨ ପ୍ରତିଶତ ରହିଛି । ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୬୦.୫୭ ପ୍ରତିଶତ ରହିଛି ।ଏହା ସହ ପରୀକ୍ଷା ଫଳ ଘୋଷଣାର ଏକଘଣ୍ଟା ପରେ SAMS e-spaceରୁ ଅଧ୍ୟକ୍ଷ ଅଧ୍ୟକ୍ଷା ମାନେ ସେମାନଙ୍କ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଟାବୁଲେସନ ରେଜିଷ୍ଟର ପାଇପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି।
ତେବେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ମାର୍ଚ୍ଚ ୨୭ ଯାଏ ହୋଇଥିଲା। ୧୨ ଶହ ୭୬ ସେଣ୍ଟରରେ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରମାନେ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ସରିବା ପରେ ସମସ୍ତେ ରେଜଲ୍ଟ କୁ ଅପେକ୍ଷା କରିଥିଲେ। ଆଉ ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031