Indus Valley Times

ଯୋଗୀ ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀ: ଲାଉଡ୍‌ସ୍ପିକର ବାଜଅ, ହେଲେ ବାହାରକୁ ଆସିବ ନାହିଁ ଶବ୍ଦ

 Breaking News

ଯୋଗୀ ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀ: ଲାଉଡ୍‌ସ୍ପିକର ବାଜଅ, ହେଲେ ବାହାରକୁ ଆସିବ ନାହିଁ ଶବ୍ଦ

April 19
13:01 2022

ଲଖନଉ,୧୯/୪: ଦିଲ୍ଲୀ ଜାହାଙ୍ଗୀରପୁରରେ ହୋଇଥିବା ହିଂସାକାଣ୍ଡ ପରେ ଯୋଗୀ ଆନିତ୍ୟ ନାଥ ନୂଆ ନିର୍ଦ୍ଦେଶାବଳୀ ଜାରିକରିଛନ୍ତି । ବିନା ଅନୁମତିରେ କୌଣସି ସୋଭାଯାତ୍ରା ବାହାରି ପାରିବନି ବୋଲି କହିଛନ୍ତି । ଲାଉଡ୍‌ସ୍ପିକର ବ୍ୟବହାର ହୋଇପାରିବ ହେଲେ ଏହାର ଶବ୍ଦ ଧାର୍ମିକ ପରିସରରୁ ବାହାରକୁ ଆସିବ ନାହିଁ । ଯୋଗୀ କହିଛନ୍ତି ଯେ ଜଣଙ୍କର ଧାର୍ମିକ ଚିନ୍ତାଧାରା ଅନୁଯାୟୀ ଉପାସନା ପଦ୍ଧତି ଅନୁସରଣ କରିବାର ସ୍ୱାଧୀନତା ରହିଛି।
ଲାଉଡ଼ସ୍ପିକରର ଶବ୍ଦ ଯେଭଳି ଅନ୍ୟ ଲୋକଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ଯୋଗୀ କହିଛନ୍ତି । କେବଳ ଏତିକି ନୁହେଁ, ନୂତନ ସ୍ଥାନରେ ଲାଉଡ଼ସ୍ପିକର ସ୍ଥାପନକୁ ଅନୁମତି ନଦେବା ପାଇଁ ଯୋଗୀଙ୍କ ନିର୍ଦ୍ଦେଶରେ କୁହାଯାଇଛି। ସେହିପରି ଆଗାମୀ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ପର୍ବ ଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଯୋଗୀଙ୍କ ନିର୍ଦ୍ଦେଶ ମୁତାବକ ବର୍ତ୍ତମାନ ରମଜାନ ମାସ ଚାଲିଛି ।
ଇଦ୍ ପର୍ବ ଏବଂ ଅକ୍ଷୟ ତୃତୀୟା ମଧ୍ୟ ଗୋଟିଏ ଦିନରେ ହେବାର ଅଛି । ଏଭଳି ପରିସ୍ଥିତିରେ ସାମ୍ପ୍ରତିକ ପରିବେଶକୁ ଦୃଷ୍ଟିରେ ରଖି ପୁଲିସକୁ ଅତିରିକ୍ତ ସମ୍ବେଦନଶୀଳ ହେବାକୁ ପଡ଼ିବ। ସେହିପରି ଯୋଗୀ କହିଛନ୍ତି ଯେ ସମସ୍ତ ସରକାରୀ କର୍ମଚାରୀ ନିଜ ନିଜ ଅଞ୍ଚଳରେ ରୁହନ୍ତୁ । ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୁଲିସ କର୍ମୀ ନିୟୋଜନ ସହ ପେଟ୍ରୋଲିଙ୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ । ସେହିପରି ମେ ୪ ତାରିଖ ପର‌୍ୟ୍ୟନ୍ତ ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031