Indus Valley Times

ରଥ ଭାଙ୍ଗିଲେ ଆଭିମାନିନୀ ମାଆ ମହାଲକ୍ଷ୍ମୀ, ମଙ୍ଗଳବାର ଦକ୍ଷିଣମୋଡ଼ ହେବ ତିନି ରଥ

 Breaking News

ରଥ ଭାଙ୍ଗିଲେ ଆଭିମାନିନୀ ମାଆ ମହାଲକ୍ଷ୍ମୀ, ମଙ୍ଗଳବାର ଦକ୍ଷିଣମୋଡ଼ ହେବ ତିନି ରଥ

ରଥ ଭାଙ୍ଗିଲେ ଆଭିମାନିନୀ ମାଆ ମହାଲକ୍ଷ୍ମୀ, ମଙ୍ଗଳବାର ଦକ୍ଷିଣମୋଡ଼ ହେବ ତିନି ରଥ
July 21
10:27 2026

ପୁରୀ, ୨୧/୭ : ହେରା ପଞ୍ଚମୀରେ ରାଗରେ ଜର୍ଜରିତ ଅଭିମାନିନୀ ମହାଲକ୍ଷ୍ମୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇଛନ୍ତି । ପୁଣି ଥରେ ଶ୍ରୀମନ୍ଦିରକୁ ଫେରିଯିବାକୁ ଆଜିଠାରୁ ସଜବାଜ ଆରମ୍ଭ କରିବେ ତିନି ଠାକୁର । ଆଜି ତିନିର ଦକ୍ଷିଣ ମୋଡ଼ କରାଯିବ ।
ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ତିନି ରଥର ଦକ୍ଷିଣମୋଡ଼ କରାଯିବ । ଆଜି ସକାଳୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ସମସ୍ତ ନିତିକାନ୍ତି ସୁରୁଖୁରେ ଚାଲିଛି ।
ମଙ୍ଗଳ ଆଳତୀ, ଅବକାସ, ମଇଲମ, ତଡ଼ପ ଲାଗି ପରେ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ଏହା ପରେ ତିନି ଠାକୁରଙ୍କ ବାଡ଼ରୁ ତିନି ରଥ ପାଇଁ ପାଳିଆ ସେବାୟତମାନେ ଆଜ୍ଞାମାଳ ଆଣିବେ ।
ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ, ପରେ ପ୍ରଭୁ ଜଗନ୍ନାଥଙ୍କ ରଥ ଏବଂ ଦେବୀ ସୁଭଦ୍ରାଙ୍କ ରଥକୁ ଆଜ୍ଞାମାଳ ବିଜେ କରାଯିବ । ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ରଥରେ ଦକ୍ଷିଣମୋଡ଼ ପାଇଁ ପ୍ରଥମେ ବିଜେ କାହାଳି ବାଜିବ ।
କିନ୍ତୁ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନକୁ ପ୍ରଥମେ ଟଣାଯାଇ ଦକ୍ଷିଣ ମୋଡ଼ କରାଯିବ ଅର୍ଥାତ ଶ୍ରୀମନ୍ଦିର ଆଡ଼କୁ ମୁଖା କରି ରଖାଯିବ । ବଡ଼ଶଙ୍ଖ ପାଖକୁ ଯାଇ ପରେ ପଛକୁ ପଛକୁ କରି ନାକଚଣା ଦ୍ୱାର ପାଖେ ରଖାଯିବ । ପରେ ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ ।
ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ଫୋର୍ସ, ସେବାୟତ ଏବଂ ଶ୍ରଦ୍ଧାଳୁମାନେ ଦକ୍ଷିଣ ମୋଡ଼ ପ୍ରକ୍ରିୟାରେ ସାମିଲ ହେବେ । ଦକ୍ଷିଣ ମୋଡ଼ ସମୟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇପାରନ୍ତି । ସେଥିପାଇଁ ପ୍ରାୟ ୫୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031