Indus Valley Times

ରମାମଣି ନର୍ସି ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ

 Breaking News

ରମାମଣି ନର୍ସି ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ

ରମାମଣି ନର୍ସି ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ
December 22
18:49 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା, ୨୨/୧୨ : ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ସଂଲଗ୍ନ ଗୋବର୍ଦ୍ଧନ ଠାରେ ସ୍ଥାନୀୟ ଅଞ୍ଚଳ ପାଇଁ ଏକମାତ୍ର ସ୍ଵାସ୍ଥ୍ୟ ଭିତ୍ତିକ ରମାମଣି ନର୍ସି ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ ଆଜି ସଫଳ ତା\’ର ସହ ଅନୁଷ୍ଠିତ ହୋଇଯାଇଛି ।
ବି. ଏ. ସି. ନର୍ସି,ଏଏନ୍ଏମ୍,ଜି, ଏନ୍,ଏମ୍, ଛାତ୍ରୀ ଛାତ୍ରଙ୍କ ପାଇଁ ପ୍ରତିଷ୍ଠିତ ଉକ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପପୁନ୍ ଜେନା, ପରିଚାଳନା ନିର୍ଦ୍ଦେଶିକା ଶ୍ରିମତୀ ନିତାରାଣୀ, ପଟ୍ଟନାୟକ, ନିର୍ଦ୍ଦେଶିକା ସୁଶ୍ରୀ ପ୍ରତିଶ୍ରୁତି ପଟ୍ଟନାୟକଙ୍କ ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିଳମାଧବ ହିକକା ମୁଖ୍ୟ ଅତିଥି , ମୁନିଗୁଡ଼ା ଏବଂ ବରିଷ୍ଠ ଆଇନଜୀବି ଶ୍ରୀ ଯୁକ୍ତ ବୃନ୍ଦାବନ ଗୌଡ,ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ଶ୍ରୀ ଯୁକ୍ତ ରାମଚନ୍ଦ୍ର ବେହେରା, ଏବଂ ନୋଟାରୀ ପବ୍ଲୀକ ଅଧିବକ୍ତା ଶ୍ରୀ ଯୁକ୍ତ ରାଧାରମଣ ଦାସ, ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଥିଲେ।
ଅନୁଷ୍ଠାନ ର ଡିନ୍ ଅଭିନନ୍ଦନ ଦାସ ଏବଂ ଅଧ୍ୟାପିକା ନମ୍ରତା ନାୟକଙ୍କ ସଂଯୋଜିତ ଉକ୍ତ ଉତ୍ସବର ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜ୍ବଳନ ପରେ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା।
ନିର୍ଦ୍ଦେଶିକା ଶ୍ରୀ ମତୀ ବନିତା ରାଣୀ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ସଂଯୋଗ ସ୍ଥଳ ଉପାନ୍ତ ମୁନିଗୁଡ଼ା ଠାରେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଉଚ୍ଚଶିକ୍ଷା ସହ ନିଯୁକ୍ତି ଦିଗରେ ଏହି ଅନୁଷ୍ଠାନର ଉତ୍ତରୋତ୍ତର ସମୃଦ୍ଧି କାମନା ସହ ମୁଖ୍ୟ ଅତିଥିଙ୍କ ସମେତ ଅତିଥି ମାନେ ରାଜ୍ୟ ତଥା ଅଞ୍ଚଳର ଆବଶ୍ୟକତା ପୂରଣ କରିବାରେ ମହାବିଦ୍ୟାଳୟର ଏକ ମାଇଲଖୁଣ୍ଟ ହେବବୋଲି ପ୍ରକାଶ କରିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା କାର୍ଯ୍ୟକ୍ରମ ପରିଚାଳନାରେ ରାଜୀବ ଲୋଚନ ଦାସ ସହାୟତା କରିଥିଲେ।
ପ୍ରକାଶ ଥାଉକି ଉକ୍ତ ମହାବିଦ୍ୟାଳୟରେ ଅନୁସୂଚିତ ଜାତି ଏବଂ ଜନ ଜାତି ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ ବ୍ୟବସ୍ଥା ଥିବା ବେଳେ ୧୦୯ ଜଣ ଛାତ୍ର ଛାତ୍ରଛାତ୍ରୀ ବିଏସ୍ ସି ନର୍ସିଂ, ଏଏନ୍ ଏମ୍ ଏବଂ ଜିଏନ୍ ଏମ୍ ରେ ଅଧ୍ୟୟନ କରୁଛନ୍ତି । ବୋଲି ଅନୁଷ୍ଠାନ ତରଫରୁ ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031